ଅର୍ଚ୍ଚନା ନାଗ ମାମଲା,ଇଡ଼ିରେ ହାଜର ହେଲେନି ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ୱର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା I ନୋଟିସ ପରେ ମଧ୍ୟ ଇଡି ରେ ହାଜର ହେଇ ନାହାନ୍ତି ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜା I ଆଜି ଦିନ ୧୨ଟାରେ ପ୍ରଯୋଜକ ଇଡିରେ ହାଜର ହେବେ ବୋଲି ସୂଚନା ମିଳିଥିଲା। ହେଲେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ଅନ୍ୟପକ୍ଷରେ ତାଙ୍କ ଓକିଲ ଆକାଶ ଭୂୟାଁ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବାକୁ ଓକିଲ ଇଡି କାର୍ଯ୍ୟାଳୟରେ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନାନୁଯାୟୀ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପ୍ରଥମେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ପ୍ରଯୋଜକ ଅକ୍ଷୟ ପରିଜା I ଅକ୍ଷୟ ପରିଜା ନିଜ ଏତଲାରେ ଦର୍ଶାଇଥିଲେ, ଅର୍ଚ୍ଚନା ଓ ୨୩ ବର୍ଷୀୟ ଯୁବତୀ ତାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର କରି ୩ କୋଟି ମାଗୁଥିବା ଅଭିଯୋଗ କରିଥିଲେ । ନହେଲେ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେଉଥିବା ଏତଲାରେ ଉଲ୍ଲେଖ କରିଥିଲେ ଅକ୍ଷୟ ପରିଜା । ଭୁବନେଶ୍ୱରର ସ୍ୟାଣ୍ଡି ଟାଓ୍ଵାରରେ ତାଙ୍କୁ ଭେଟିଥିଲେ ଅର୍ଚ୍ଚନା । ଥାନାରେ ଅଭିଯୋଗ ପରେ ସମଗ୍ର ଘଟଣା ଧୀରେ ଧୀରେ ପଦାକୁ ଆସିଥିଲା ଏହା ସହିତ ପ୍ରତିଦିନ ନୂଆ ନୂଆ ତଥ୍ୟ ମଧ୍ୟ ସାମନାକୁ ଆସୁଛି I ଏଥିରେ ନେତା,ମନ୍ତ୍ରୀଙ୍କ ସହିତ ବହୁ ବଡ଼ ବଡ଼ିଆ ତଥା ପ୍ରଶାସନିକ ଅଧିକାରୀ ବି ଜଡିତ ଥିବା ଖବରରୁ ଜଣା ପଡୁଛି I ତଦନ୍ତ ବଢ଼ିବା ସହ ନୂଆ ନୂଆ ତଥ୍ୟ ସାମନାକୁ ଆସିବାପରେ ପ୍ରଥମେ ଅର୍ଚ୍ଚନା,ସ୍ୱାମୀ ଜଗବନ୍ଧୁଙ୍କ ସହିତ ସେମାନଙ୍କର ଘନିଷ୍ଠ ସଯୋଗୀ ଖଗେଶ୍ଵରକୁ ଇଡି ନିଜ ହେପାଜତକୁ ନେଇଛି I ସେହିପରି ଗତକାଲି ଏହି ମାମଲାରେ ଇଡି ପକ୍ଷରୁ ଅକ୍ଷୟ ପରିଜାଙ୍କୁ ସମନ ଜାରି କରାଯାଇଥିବା ବେଳେ, ନିର୍ଦ୍ଧାରିତ ସମୟ ଓ ତାରିଖ ଭିତରେ ହାଜର ହେବାକୁ କୁହାଯାଇଥିଲା

Launching Ceremony of “AYUSHMAN BHARAT

Comments are closed.