ଖିଲାଡ଼ୀ ଷ୍ଟାର ଅକ୍ଷୟ କୁମାର ଏବଂ ସୁନ୍ଦରୀ ନାୟିକା ପରିଣୀତି ଚୋପ୍ରା ଖୁବଶୀଘ୍ର ତାଙ୍କର ଆଗାମୀ ପ୍ରୋଜେକଫ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନାମ ରହିଛି ‘କ୍ୟାପସୁଲ୍ ଗିଲ୍’ । ଫିଲ୍ମଟି ୧୯୮୯ର ରାନୀଗଞ୍ଜ କୋଇଲା ଖଣି ଘଟଣା ଉପରେ ଆଧାରିତ । ଏଥିରେ ଅକ୍ଷୟ କୁମାର କୋଲ୍ ଚିଫ୍ କୋଲ ମାଇନିଂ ଇଞ୍ଜିନିୟର ଜସୱନ୍ତ ଗିଲ୍ର ଭୂମିକାରେ ନଜର ଆସିବେ ।
ଜସୱନ୍ତ ଗିଲ୍ ଜଣେ ରିୟଲ୍ ଲାଇଫ୍ ହିରୋ, ଯିଏ ୧୯୮୯ରେ ରାନୀଗଞ୍ଜର ଏକ କୋଇଲା ଖଣିରେ ଫସିଥିବା ୬୪ଜଣଙ୍କୁ ସୁରକ୍ଷିତ ବାହାରକୁ ବାହାର କରିଥିଲେ । ଏହି ଫିଲ୍ମରେ ପରିଣୀତି ଚୋପ୍ରା ଅକ୍ଷୟ କୁମାରଙ୍କ ପତ୍ନୀ ଭୂମିକାରେ ଅବତୀର୍ଣ୍ଣ ହେବେ । ପରୀଙ୍କ ରୋଲ୍ ସଂକ୍ଷିପ୍ତ ଥିଲେ ମଧ୍ୟ ବେଶ୍ ମଜବୁତ ଚରିତ୍ରରେ ନଜର ଆସିବେ । ଫିଲ୍ମର ସୁଟିଂ ୪ ଜୁଲାଇରୁ ଇଂଲଣ୍ଡରେ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଫିଲ୍ମର ସୁଟିଂ ଶେଷ ହେବ ବୋଲି ଜଣାପଡ଼ିଛି । ଏହି ରେସକୁ୍ୟ ଡ୍ରାମାକୁ ଟିନୁ ସୁରେଶ ଦେଶାଇ ନିର୍ଦ୍ଦେଶନା ଦେବେ, ଯିଏ ଅକ୍ଷୟଙ୍କ ‘ରୁସ୍ତମ’ ନିର୍ମାଣ କରିଥିଲେ । ଏହି ଫିଲ୍ମ ପାଇଁ ଅକ୍ଷୟ କୁମାରଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଅକ୍ଷୟ ଏବଂ ପରିଣୀତି ଏହା ପୂର୍ବରୁ ‘କେଶରୀ’ ଫିଲ୍ମରେ ସ୍କ୍ରିନ୍ ସେୟାର କରିସାରିଛନ୍ତି । ଏହି ଫିଲ୍ମରେ ମଧ୍ୟ ପରିଣୀତିଙ୍କ କେମିଓ ଚରିତ୍ର ଥିଲା । କିନ୍ତୁ ପରୀ-ଅକ୍ଷୟଙ୍କ କେମେଷ୍ଟ୍ରୀକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ‘କ୍ୟାପସୁଲ୍ ଗିଲ୍’ରେ ପୁଣି ଥରେ ପରୀ, ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଦେଖାଯିବେ । ଏହି ଦୁଇ କଳାକାରଙ୍କ ବ୍ୟତୀତ ଫିଲ୍ମରେ କୁମୁଦ ମିଶ୍ରା, ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ, ରାଜେଶ ଶର୍ମା, ପବନ ମଲହୋତ୍ରା, ରବି କିଶନ ଏବଂ ବରୁଣ ବଡୋଲା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ ।

Comments are closed.