କାନ୍‌ସରେ ମେକଅପ୍‌କୁ ନେଇ ଟ୍ରୋଲ

ଆରମ୍ଭ ହୋଇଛି ୭୫ତମ କାନ୍‌ସ ମହୋତ୍ସବ । ଚଳିତଥର ଉତ୍ସବର ଶୋଭା ବଢାଉଛନ୍ତି ଅନେକ ଭାରତୀୟ ସିନେ କଳାକାର । ଏଥିରେ ବିଭିନ୍ନ ବିଟାଉନ୍‌ ସେଲିବ୍ରେଟିଙ୍କର ଗ୍ଲାମରସ ଅନ୍ଦାଜ ଦେଖିବାକୁ ମିଳିଛି । ସମସ୍ତ ସେଲିବ୍ରେଟି ନିଜର ଲୁକ ପାଇଁ ପ୍ରଂଶସା ପାଉଥିବାବେଳେ ଟ୍ରୋଲର ଶିକାର ହୋଇଛନ୍ତି ଐଶର୍ଯ୍ୟା ରାୟ ବଚ୍ଚନ ।

କାନ୍‌ସରେ ମେକଅପ୍‌କୁ ନେଇ ଟ୍ରୋଲ

ଏଥିରେ ଐଶର୍ଯ୍ୟାଙ୍କୁ କାନ୍ସ ରେଡ କାର୍ପେଟରେ ଫ୍ଲୋରାଲ ଗାଉନରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଐଶର୍ଯ୍ୟାଙ୍କର ଦୁଇଟି ଲୁକ ସାମନାକୁ ଆସିଛି । ଗୋଟିଏରେ ସେ ପିଙ୍କ କଲରର ସୁଟ ପିନ୍ଧିଥିବାର ନଜର ଆସିଥିଲେ ଅନ୍ୟଟିରେ ବ୍ଲାକ ରଫଲ ଫ୍ଲୋରାଲ ଗାଉନ୍‌ । ଏହି ଗାଉନ ସହିତ ସେ ନୁ୍ୟଡ୍‌ ମେକଅପ କରିଥିଲେ, ଯାହା ବହୁତ ସିମ୍ପଲ ଲୁକ ଥିଲା । ତେବେ ଐଶର୍ଯ୍ୟାଙ୍କର ଏହି ଲୁକ ଦର୍ଶକଙ୍କୁ ପସନ୍ଦ ଆସିନି । ଐଶର୍ଯ୍ୟାଙ୍କ ମେକଅପ ଟ୍ରୋଲର୍ସଙ୍କୁ ବହୁତ ସାଦାସିଧା ଲାଗିଛି ।

କାନ୍‌ସରେ ମେକଅପ୍‌କୁ ନେଇ ଟ୍ରୋଲ

ସେମାନଙ୍କ ମତରେ ଐଶର୍ଯ୍ୟାଙ୍କ ସୌନ୍ଦର୍ଯ୍ୟ ଆଉ ଆଗ ଭଳି ନାହିଁ । ବର୍ତ୍ତମାନ ସେ ଡଲ୍‌ ଦେଖାଯାଉଛନ୍ତି । ୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାନ୍ସ ଫେଷ୍ଟିବାଲରେ ଅନେକ ଭାରତୀୟ ଅଭିନେତ୍ରୀ ସାମିଲ ହୋଇଛନ୍ତି, ଯେଉଁମାନେ ନିଜର ଗ୍ଲାମରସ୍‌ ଅନ୍ଦାଜ ରେଡକାର୍ପେଟ୍‌ରେ ପ୍ରଦର୍ଶନ କରୁଛନ୍ତି ।

Comments are closed.