୪୬ ବର୍ଷ ବୟସରେ ଐଶ୍ୱର୍ଯ୍ୟା, ପ୍ରେମର ୧୦ ବର୍ଷ ପରେ ପତି କରିଥିଲେ ପ୍ରପୋଜ

ସମୟ ଲାଇଭ୍‍,୧/୧୧: ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଏ ଅବସରରେ ପତି ଅଭିଷେକ ବଚ୍ଚନ ତାଙ୍କୁ ହାପି ବାର୍ଥ ଡ଼େ ପ୍ରିନ୍ସେସ୍‍ କହି ଟ୍ୱଟରରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଜନ୍ମଦିନ ବସରରେ ଜାଣନ୍ତୁ କେମିତି ପଡ଼ିଥିଲେ ଅଭିଷେକଙ୍କ ପ୍ରେମରେ ଆଉ ଧରିନେଇଥିଲେ ତାଙ୍କ ହାତ।

ଜଣେ ସୁପରଷ୍ଟାର ହେବା ସହ ଏଶ୍ୱର୍ୟ୍ୟା ରାୟ ଜଣେ ସଂସ୍କାରୀ ବୋହୁ, ଦାୟିତ୍ୱସମ୍ପନ୍ନ ମାଆ ଏବଂ ଉତ୍ତମ ପତ୍ନୀ। ତେବେ ଜୁନିଅର ବଚ୍ଚନ ଅଭିଷେକଙ୍କ ସହ ତାଙ୍କ ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ର କାହାଣୀ ଠାରୁ କମ୍‍ ନୁହେଁ। ପ୍ରଥମ ଦେଖାରେ ଐଶ୍ୱଯ୍ୟାଙ୍କୁ ଅଭିଷେକ ପସନ୍ଦ କରିଥିଲେ ମଧ୍ୟ ୧୦ ବର୍ଷ ପରେ ପ୍ରପୋଜ୍‍ କରିଥିଲେ।
‘ମୃତ୍ୟୁଦାତା’ ଫିଲ୍ମର ସୁଟିଂ ସମୟରେ ବାପାଙ୍କ ସହ ସୁଇଜରଲ୍ୟାଣ୍ଡ ଯାଇଥିଲେ ଅଭିଷେକ। ଅନ୍ୟପଟେ ବବି ଦେୱଲଙ୍କ ସହ ଅଭିନୟ କରିଥିବା ଫିଲ୍ମ ‘ଔର୍‍ ପ୍ୟାର୍‍ ହୋ ଗୟାର ସୁଟିଂ ପାଇଁ ଐଶ ମଧ୍ୟ ସୁଇଜରଲ୍ୟାଣ୍ଡରେ ପହଞ୍ଚିଥିଲେ। ତେବେ ବବିଙ୍କୁ ଦେଖା କରିବାକୁ ହୋଟେଲ ଆସିଥିବାବେଳେ ଅଭିଷେକ ଐଶଙ୍କୁ ପ୍ରଥମ ଥର ଭେଟିଥିଲେ।

୨୦୦୦ ମସିହାରେ ‘ଢ଼ାଇ ଅକ୍ଷର୍‍ ପ୍ରେମ୍‍’ରେ ଉଭୟଙ୍କୁ ଏକାଠି କାମ କରିବାକୁ ସୁଯୋଗ ମିଳିଥିଲା।
ତେବେ ୨୦୦୨ ମସିହାରେ କରିସ୍ମା କପୁରଙ୍କ ସହ ଅଭିଷେକଙ୍କ ନିର୍ବନ୍ଧ ହୋଇଥିଲ।। ଅନ୍ୟପଟେ ନିର୍ବନ୍ଧର ୪ ମାସ ପରେ ନିର୍ବନ୍ଧ ଭାଙ୍ଗିଯାଇଥିଲା।
‘ଗୁରୁ’ ଫିଲ୍ମ ସୁଟିଂ ସମୟରେ ଐଶ-ଅଭିଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‍ ଧରିଥିଲା। ୨୦୦୬ରେ ନ୍ୟୁୟର୍କରେ ଏହି ଫିଲ୍ମର ପ୍ରିମିୟର ହୋଇଥିଲା। ଏ ଅବସରରେ ଉଭୟ ଯୋଗ ଦେଇଥିବାବେଳେ ଅଭିଷେକ ଐଶଙ୍କୁ ପ୍ରପୋଜ୍‍ କରିଥିଲେ। ଏହି ପ୍ରସ୍ତାବକୁ ଐଶ୍‍ ମଧ୍ୟ ବିନା ଦ୍ୱିଧାରେ ଗ୍ରହଣ କରିଥିଲେ।
ତେବେ ଐଶ୍‍ ମାଙ୍ଗଳିକ କନ୍ୟା ହୋଇଥିବା ଜଣାପଡ଼ିବା ପରେ ଉଭୟଙ୍କ ପରିବାର ପକ୍ଷରୁ ଅନେକ ପୂଜାପାଠ କରାଯିବା ପରେ ହିଁ ଉଭୟଙ୍କ ପ୍ରେମକୁ ସଫଳତା ମିଳିଥିଲା।

୨୦୦୭ ମସିହା ଫେବୃଆରୀ ୧୪ରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା। ସେହିବର୍ଷ ଏପ୍ରିଲ୍‍ ୨୦ରେ ଅମିତାଭ ବଚ୍ଚନଙ୍କ ବଙ୍ଗଳା ପ୍ରତୀକ୍ଷାରେ ଉଭୟ ବିବାହ କରିଥିଲେ। ୨୦୧୧ ମସିହା ନଭେମ୍ବର ୧୬ ତାରିଖରେ ଝିଅ ଆରାଧ୍ୟା ଜନ୍ମ ନେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଦୃଢ଼ୀଭୂତ ହୋଇଛି। ବଲିଉଡ଼ର ଏହି ଚର୍ଚ୍ଚିତ ଯୋଡ଼ି ବିବାହର ୧୨ ବର୍ଷ ବିତାଇସାରିଛନ୍ତି।

Launching Ceremony of “AYUSHMAN BHARAT

Comments are closed.