ଦିଲ୍ଲୀ: ସେପ୍ଟେମ୍ବର ୩୦: ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ । ବିଦାୟୀ ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି ।
ପୂର୍ବରୁ ଏୟାର ମାର୍ଶଲ ଥିବା ବିବେକ ୩ ହଜାର ୮ଶହ ଘଣ୍ଟା ଯୁଦ୍ଧ ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି । ଭାଇସ୍ର ମୁଖ୍ୟ ହେବା ଆଗରୁ ସେ େୱଷ୍ଟର୍ଣ୍ଣ କମାଣ୍ଡ ଦାୟିତ୍ୱରେ ରହିଥିଲେ । ମିଗ୍ ସିରିଜ୍ର ଟେ୍ୱଂଟି ୱାନ୍, ଟେ୍ୱଣ୍ଟି ନାଇଟ୍ ଫ୍ଲାଇଟ୍ ଉଡ଼ାଇବା ସହିତ ସୁଖୋଇ ବମାନି ମଧ୍ୟ ସେ ଉଡ଼ାଇଛନ୍ତି । ସେ ପରମ ବିଶିଷ୍ଟ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍ ଓ ବାୟୁ ସେନା ମେଡାଲ୍ ପ୍ରାପ୍ତ କରିଛନ୍ତି । କାରଗିଲ୍ ଯୁଦ୍ଧରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ ।
ଫ୍ରାନ୍ସରୁ ଅଣାଯାଇଥିବା ରାଫେଲ ପ୍ରୋଗ୍ରାମରେ ସେ ଜଡ଼ିତ ରହିଥିଲେ । ସେ ନ୍ୟାସନାଲ ଡିଫନ୍ସ ଏକାଡେମୀ(ଏନ୍ଡିଏ)ରୁ ଶିକ୍ଷା ଲାଭ କରିଛନ୍ତି । ଜୁନ୍ ୨୦୨୧ରେ ବାୟୁସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ େୱଷ୍ଟର୍ଣ୍ଣ ଏୟାର୍ କମାଣ୍ଡରେ କମାଣ୍ଡର୍ ଇନ୍ ଚିଫ୍ ଥିଲେ ।

Comments are closed.