ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

0

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଏମ୍ସ କର୍ମଚାରୀଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ମୃତକ ହେଉଛନ୍ତି ଏମ୍ସ ଲ୍ୟାବ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆ। ଡ୍ୟୁଟିକୁ ଆସୁଥିବା ବେଳେ ସୁଧାଂଶୁ ଖୁଣ୍ଟିଆଙ୍କୁ ରଣସିଂହପୁର ଠାରେ ଗୋଡାଇ ଗୋଡାଇ ୩ ରାଉଣ୍ଡ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ସୁଧାଂଶୁଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ଦୁର୍ବୃତ୍ତ ।

ସୁଧାଂଶୁଙ୍କ ଘର ସରକନ୍ତାର ଗାଁରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜମିବାଡି ଘଟଣାକୁ ନେଇ ଗୁଳିମାଡ ହୋଇଥିବା ଜଣାପଡିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.