ଦିଲ୍ଲୀ :ଜୁନ୍ ୨୪: ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିବାଦ ଦେଖାଯାଉଥିଲା ବେଳେ ବାୟୁସେନାରେ ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଏନେଇ ଏୟାର୍ ମାାର୍ଶଲ ଏସ୍.କେ ଝା ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି । ଏଥିପାଇଁ ବାୟୁସେନାରେ ଅଫିସିଆଲ୍ େୱବସାଇଟ୍ରେ ପଞ୍ଜୀକରଣ କରାଯାଉଛି । ତେବେ ଏନେଇ ଗତ ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ଅଧିକାରିକ ସୂଚନା ଅନୁସାରେ, ପଞ୍ଜୀକରଣର ତାରିଖ ଆଜିଠୁ ଅର୍ଥାତ୍ ୨୪ ଜୁନରୁ ଆରମ୍ଭ ହୋଇ ୫ ଜୁଲାଇ ଚାଲିବ । ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଫର୍ମ ଜମା କରିବା ପାଇଁ ୨୫୦ ଟଙ୍କାର ଦେୟ ରହିଛି । ସେହିପରି ଏହି ଅଗ୍ନିବୀର ବାୟୁରେ ଭର୍ତ୍ତି ହେବା ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀରେ ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ସହ ପାସ୍ କରିଥିବା ଶିକ୍ଷାଗତ ଯୋଗ୍ୟତା ରଖାଯାଇଛି । ଏହାଛଡ଼ା ୩ ବର୍ଷୀୟ ଇଞ୍ଜିନିୟରିଂ ଡିପ୍ଲୋମା ଧାରକ ଏବଂ ୨ ବର୍ଷୀୟ ଭୋକେସନାଲ ପାଠ୍ୟକ୍ରମରେ ପାସ୍ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିପାରିବେ । ପଞ୍ଜୀକରଣ କରିବା ପାଇଁ ପାର୍ଥୀଙ୍କ ବୟୟ ୧୮ ବର୍ଷରୁ ୨୩ ବର୍ଷ ପର୍ଯ୍ୟନ୍ତ ରହିବା ଆବଶ୍ୟକ ।

Comments are closed.