ଚେନ୍ନାଇ ମଙ୍ଗ ଧରିବେ ଧୋନି: ଋତୁରାଜ ଆହତ, ଧୋନିଙ୍କୁ ଗୁରୁ ଦାୟିତ୍ବ

ସମୟ ବ୍ୟୁରୋ: ଏଣିକି ଆଇପିଏଲରେ କ୍ୟାପଟେନ୍‌ ଭୂମିକାରେ ନଜର ଆସିବେ ଧୋନି। ପୁଣି ଚେନ୍ନାଇ କ୍ୟାପଟେନ୍‌ ପଦକୁ ଫେରିଲେ ଧୋନି।କ୍ୟାପଟେନ୍‌ ଋତୁରାଜ ଆହତ ହୋଇ ବାଦ ପଡ଼ିବାରୁ ତାଙ୍କୁ ଗୁରୁ ଦାୟିତ୍ବ ମିଳିଛି। ଏନେଇ ସ୍ପଷ୍ଟ କଲେ ଚେନ୍ନାଇ କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ।୨୦୦୮ ମସିହାରେ ହୋଇଥିବା ଆଇପିଏଲ୍‌ର ପ୍ରଥମ ନିଲାମରେ ସବୁଠାରୁ ଦାମୀ ଖେଳାଳି ହେବାର ଗୌରବ ଲାଭ କରିଥିବା ଧୋନି ୨୦୪ ମ୍ୟାଚ୍‌ରେ ସିଏସ୍‌କେର ନେତୃତ୍ବ ନେଇ ୧୨୧ ବିଜୟ ହାସଲ କରିଛନ୍ତି। ତାଙ୍କ ଅଧୀନରେ ସିଏସ୍‌କେ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଆଇପିଏଲ୍ ବିଜେତା ହୋଇଥିଲା। ସେହିଭଳି ୨୦୦୮, ୨୦୧୨, ୨୦୧୩, ୨୦୧୫ ଏବଂ ୨୦୧୯ ଏହିଭଳି ପାଞ୍ଚ ଥର ଉପବିଜେତା ଟ୍ରଫି ହାସଲ କରିଥିଲା।

Launching Ceremony of “AYUSHMAN BHARAT

Comments are closed.