ଭଦ୍ରକ : ୧୦ ବର୍ଷ ପରେ ପୋଲିସ ହାତରେ ଧରାପଡିଲା ଅଭିଯୁକ୍ତ ସ୍ୱାମୀ I ବିବାହର କିଛିଦିନ ପରେ ଅଭିଯୁକ୍ତ ସ୍ୱାମୀ ସେକ୍ ଚାନ୍ଦ ବାବୁ ନିଜ ସ୍ତ୍ରୀଙ୍କୁ ଯୌତୁକ ପାଇଁ ହତ୍ୟା କରିଥିଲା I ଏହାପରେ ସେ ଫେରାର ହୋଇଯାଇଥିଲା I ତେବ ଦୀର୍ଘ ୧୦ ବର୍ଷ ପରେ ଗିରଫ କରି ଥିବା ଅଭିଯୁକ୍ତ ସେକ୍ ଚାନ୍ଦ ବାବୁକୁ କୋର୍ଟ ଚାଲାଣ କରିଛି ଧାମନଗର ପୋଲିସ ।
ସୂଚନାନୁସାରେ,୨୦୧୧ ମସିହାରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମୁସ୍ତାଫାପୁର ଗ୍ରାମର ସେକ୍ ଚାନ୍ଦ ବାବୁ ଧାମନଗର କାଜି ମହଲା ଗ୍ରାମର ମୀରାପ୍ୟାରୀଙ୍କ ଏକ ମାତ୍ରା ଝିଅ ଚାନ୍ଦମୁନୀଙ୍କୁ ବିବାହ କରିଥିଲେ। ତେବେ ବିବାହର କିଛି ଦିନ ପରେ ସେକ୍ ଚାନ୍ଦ ବାବୁ ଚାନ୍ଦମୁନୀଙ୍କୁ ଯୌତୁକ ନିର୍ଯାତନା ଦେଇ ବେକରେ ଶାବଳ ପକାଇ ହତ୍ୟା କରିଥିଲେ । ଏନେଇ ମୃତ ଚାନ୍ଦମୁନିଙ୍କ ବାପା ୨୯-୧୨-୨୦୧୩ ତାରିଖରେ ଧାମନଗର ଥାନାରେ ଅଭିଯୋଗ କରିଥିଲେ । ଚାନ୍ଦମୁନୀଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଧାମନଗର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାତ୍ର ସେବେଠୁ ସେକ୍ ଚାନ୍ଦ ବାବୁ ଫେରାର ହୋଇଯାଇଥିଲେ I ତେବ ଦୀର୍ଘ ୧୦ ବର୍ଷ ପରେ ଗିରଫ କରି ଥିବା ଅଭିଯୁକ୍ତ ସେକ୍ ଚାନ୍ଦ ବାବୁକୁ କୋର୍ଟ ଚାଲାଣ କରିଛି ଧାମନଗର ପୋଲିସ ।

Comments are closed.