ଜାମିନ ଆବେଦନ ପ୍ରତ୍ୟାହାର କଲେ ଆଫ୍‌ତାବ ପୁନାୱାଲା

ନୂଆଦିଲ୍ଲୀ : ଜାମିନରେ ମୁକୁଳିବାକୁ ଚାହୁଁ ନାହାନ୍ତି ଆଫ୍‌ତାବ ପୁନାୱାଲା I ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱIକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲା ନିଜ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି I ଅଫତାବ ଓ ତାଙ୍କ ଓକିଲଙ୍କ ମଧ୍ୟରେ ବୁଝାମଣା ଠିକ୍ ନଥିବା ଯୋଗୁ ସେ ନିଜ ଜାମିନ ଫେରସ୍ତ କରିନେଇଥିବା ଜଣାପଡିଛି। ତେବେ ପୂର୍ବରୁ ତାଙ୍କ ଓକିଲଙ୍କ ତରଫରୁ ଅଫତାବଙ୍କ ଜାମିନ ଆବେଦନ କୋର୍ଟରେ ଦାଖଲ କରାଯାଇଥିଲା, ଏହା ପରେ କୋର୍ଟ କହିଥିଲେ କି ଏଥିପାଇଁ ଅଫତାବଙ୍କ ସମ୍ମତି ଆବଶ୍ୟକ ହେବ। ଆଫ୍‌ତାବ କୋର୍ଟରେ କହିଥିଲେ କି, ସେ ଜାମିନ ଆବେଦନ କରିବାକୁ ଚାହୁଁ ନାହାଁନ୍ତି।

ଶ୍ରଦ୍ଧା ହତ୍ୟାକାଣ୍ଡରେ ଗିରଫ ହେବା ପରେ ଅଭିଯୁକ୍ତ ଆଫତାବଙ୍କ ତରଫରୁ ଦିଲ୍ଲୀ ର ସାକେତ କୋର୍ଟ ରେ ଜାମିନ ଆବେଦନ କରାଯାଇଥିଲା। ଗୁରୁବାର ପୂର୍ବାହ୍ନ ୧୧ ଟାରୁ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଥିଲା। ତେବେ ନିର୍ଦିଷ୍ଟ ସମୟରେ ଅଫତାବଙ୍କ ଓକିଲ କୋର୍ଟରେ ପହଞ୍ଚି ନ ଥିଲେ। ଏହାପୂର୍ବରୁ ଡିସେମ୍ବର ୧୭ରେ ଅଫତାବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସାକେତ କୋର୍ଟରେ ଅତିରିକ୍ତ ସେସନ ଜଜ ବୃନ୍ଦା କୁମାରୀଙ୍କ ନିକଟରେ ହାଜର କରାଯାଇଥିଲା।

ସେପଟେ ଦିଲ୍ଲୀ ପୋଲିସ ସାକେତ କୋର୍ଟରେ ଆବେଦନ ଦାଖଲ କରି ଆଫ୍‌ତାବ ପୁନାଓ୍ଵାଲାଙ୍କ ଭଏସ୍ ନମୁନା ନେବାକୁ ଅନୁମତି ମାଗିଛି। କୋର୍ଟ ଦିଲ୍ଲୀ ପୋଲିସର ଆବେଦନ ଉପରେ ଆସନ୍ତାକାଲି ଶୁଣାଣି କରିପାରନ୍ତି।

କହି ରଖୁଛୁ ଯେ ନିଜ ପ୍ରେମିକା ଶ୍ରଦ୍ଧା ୱାକରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ଆଫ୍‌ତାବ ୧୭ ଡିସେମ୍ବର ଶୁଣାଣି ସମୟରେ କୋର୍ଟଙ୍କୁ କହିଥିଲେ କି, ସେ ଜାମିନ ଆବେଦନ ବିଷୟରେ କିଛି ଜାଣି ନାହାଁନ୍ତି। ସେ କେବଳ ଦସ୍ତାବିଜ୍‌ଗୁଡ଼ିକରେ ସ୍ୱାକ୍ଷର କରିଥିଲେ। ଜାମିନ ଆବେଦନ ଦାଖଲ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ।

ଶୁଣାଣି ପରେ ଶ୍ରଦ୍ଧାଙ୍କ ପିତାଙ୍କ ଓକିଲ ସୀମା କୁଶୱା କହିଛନ୍ତି ଯେ ଆଫତାବଙ୍କ ଓକିଲ ଜାମିନ ଆବେଦନ କରିଛନ୍ତି,କିନ୍ତୁ ଆଫତାବ ତାଙ୍କ ଓକିଲଙ୍କୁ ଜାମିନ ଆବେଦନ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। ୯୦ ଦିନ ମଧ୍ୟରେ ପୋଲିସ ଚାର୍ଜସିଟ ଦାଖଲ କରିବ | ମୁଁ ଆଶା କରୁଛି ଶୀଘ୍ର ତଦନ୍ତ ଶେଷ ହେବ ଏବଂ ଚାର୍ଜସିଟ୍ ଦାଖଲ କରାଯିବ।

ସୂଚନାନୁସାରେ, ଅଫତାବ ନିଜ ଲିଭ୍‌-ଇନ୍ ପାର୍ଟନର୍ ଶ୍ରଦ୍ଧା ୱକରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ୩୫ ଟୁକୁଡା କରିଥିଲା। ଏହାପରେ ଏହି ଖଣ୍ଡ ଗୁଡିକୁ ଫ୍ରିଜରେ ରଖି ସମୟ ସୁବିଧା ଦେଖି ପ୍ରତିଦିନ ରାତିରେ ଜଙ୍ଗଲକୁ ନେଇ ଫିଙ୍ଗୁଥିଲା। ଏହି ନୃଶଂସ ହତ୍ୟା ମାମଲା ସାମ୍ନାକୁ ଆସିବା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା I ଏହି ଘଟଣାରେ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି I

Launching Ceremony of “AYUSHMAN BHARAT

Comments are closed.