ବିମାନ ଭିତରେ ସ୍କୁଲ ପିଲାଙ୍କ ପାଠ ପଢା

ସମୟ ଲାଇଭ,୨୬/୧୦: ପଛୁଆ ଜିଲ୍ଲାର ଆଗୁଆ ପିଲା ଏଭଳି ଏକ ଖବର ଆସିଛି ଆଦିବାସୀ ଅଧୁଷିତ ମାଲକାନଗିରି ଜିଲ୍ଲାରୁ। ଯେଉଁଠି ସ୍କୁଲରେ ଅଙ୍କା ଯାଇଛି ଏରୋପ୍ଳେନର ଚିତ୍ର। ଆଉ ବିଭିନ୍ନ ଜାଗାରେ ବିମାନର ଭଳିକି ଭଳି ଚିତ୍ର ଅଙ୍କା ହେବା ସହ ପାଠ ପଢା ପ୍ରତି ପିଲାଙ୍କୁ କରାଯାଉଛି ଆକୃଷ୍ଟ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର କସ୍ତୁରବା ବାଳିକା ପ୍ରାଥମିକ ବିଦ୍ୟାଳୟରୁ। ଯେଉଁଠି ପିଲାମାନେ ପାଠ ପଢିବା ସହ ଖେଳ କୁଦ ପ୍ରତି ହେଉଛନ୍ତି ଆକୃଷ୍ଟ। ସ୍କୁଲ କାନ୍ଥରେ ଅଙ୍କାଯାଇଛି ବିମାନର ବିଭିନ୍ନ ଅଂଶ ବିଶେଷ ଆଉ ପିଲାମାନେ ମଧ୍ୟ ଏହାକୁ ଦେଖି ହେଉଛନ୍ତି ଖୁସି। ସ୍କୁଲ କତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ କରିବା ଲାଗି ଏଭଳି ଅଭିନବ ଉପାୟ ଆପଣେଇଛନ୍ତି।

Launching Ceremony of “AYUSHMAN BHARAT

Comments are closed.