ପ୍ରକାଶ ପାଇଲା ଆଡ଼ଭାନ୍ସଡ୍‌ JEE -୨୦୨୫ ରେଜଲ୍ଟ

ନୂଆଦିଲ୍ଲୀ : ଆଜି ସକାଳ ୬ ଟାରେ ପ୍ରକାଶ ପାଇଛି ଆଡ଼ଭାନ୍ସ JEE -୨୦୨୫ ରେଜଲ୍ଟ । IITରେ ନାମଲେଖା ପାଇଁ ହେଉଥିବା ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଚଳିତବର୍ଷ ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ IIT ଦିଲ୍ଲୀ ଜୋନ୍‌ର ରଜିତ ଗୁପ୍ତା ଅଲ ଇଣ୍ଡିଆ ରାଙ୍କ ୧ ହାସଲ କରି ସମଗ୍ର ଦେଶରେ ଟପର ହୋଇଛନ୍ତି । ତାଙ୍କ ସହିତ କୋଟାର ଅନ୍ୟ ୪ ଜଣ ଛାତ୍ର ଟପର ରହିଛନ୍ତି । ରଜିତ୍‌ ୩୬୦ ମାର୍କରୁ ୩୩୨ ମାର୍କ ପାଇ କମନ ରାଙ୍କ ଲିଷ୍ଟ (CRL)ରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେହିପରି IIT ଖଡ଼ଗପୁର ଜୋନର ଦେବଦତ୍ତ ମାଝୀ ୩୬୦ ମାର୍କରୁ ୩୧୨ ମାର୍କ ପାଇ CRL ୧୬ ସହିତ ଅଲ୍‌ ଇଣ୍ଡିଆ ଟପ୍ପର ହୋଇଛନ୍ତି। ଛାତ୍ରୀଛାତ୍ର jeeadv.ac.inରେ ସେମାନଙ୍କର ରେଜଲ୍ଟ ଦେଖିପାରିବେ।

IIT କାନପୁର ଦ୍ୱାରା ମେ ୧୮ରେ ଦୁଇଟି ପର୍ଯ୍ୟାୟରେ ଦେଶରେ ୨୨୨ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଏହା ସହିତ କାଠମାଣ୍ଡୁ ଓ ଦୁବାଇରେ ୨୨୪ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ମୋଟ୍ ୧.୮୦ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୪, ୩୭୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯,୪୦୪ ଛାତ୍ରୀ ରହିଛନ୍ତି । ଏଥର ସବୁ ବର୍ଗରେ କଟଅପ କମିଛି । ୩୬୦ ମାର୍କର ପରୀକ୍ଷା ହୋଇଥିଲା । ଯେଉଁଥିରେ ପେପର-୧ ଓ ପେପର-୨ ଦୁଇଟିରେ ୧୮୦-୧୮୦ ମାର୍କର ରହିଥିଲା ।

Govt

Comments are closed.