ଏଣିକି ଅତି ସହଜରେ ବଦଳାଇପାରିବେ ଆଧାରକାର୍ଡ଼ରେ ଠିକଣା

ସମୟ ଲାଇଭ୍‍,୧୫/୧୧: ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆଧାରକାର୍ଡ଼ର ସଂଯୋଗୀକରଣ ବାଧ୍ୟତାମୂଳକ ହେଉଛଇ। ତେବେ ଆଧାରକାର୍ଡ଼ରେ ଥିବା ଠିକଣାକୁ ନେଇ ସମୟେ ସମୟେ ସମସ୍ୟା ଦେଖିବାକୁ ମିଳୁଛି। ନିଜର ପୈତୃକ ବାସସ୍ଥାନର ଠିକଣା ଓ ବର୍ତ୍ତମାନ ଠିକଣା ଭିନ୍ନ ହୋଇଥିବାରୁ ଅନେକ ସମୟେରେ ଅନେକ ଲୋକଙ୍କୁ କେତକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଜଣେ ଚାହିଁଲେ ଆଧାରକାର୍ଡ଼ରେ ନିଜର ଠିକଣା ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ସରଳ କରାଯାଇଛି। ଏଣିକି ପ୍ରବାସୀମାନେ ସ୍ୱଘୋଷଣା ଆଧାରରେ ହିଁ ଏଥିରେ ପରିବର୍ତ୍ତନ କରିପାରିବେ। ବିତ୍ତୀୟ ସମାବେଶକୁ ପ୍ରୋତ୍ସାହିତ କରୀବା ଉଦ୍ଦେଶ୍ୟରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ପରେ ପ୍ରବାସୀମାନଙ୍କର ମୂଳ ଠିକଣା ସେମାନଙ୍କର ଆଧାର କାର୍ଡ଼ରେ ରହିବ ଏବଂ ସେମାନେ କାର୍ଯ୍ୟସ୍ଥଳୀର ବର୍ତ୍ତମାନ ଠିକଣା ଲେଖିପାରିବେ।

Launching Ceremony of “AYUSHMAN BHARAT

Comments are closed.