ଗୋଟିଏ ଦିନରେ ୨ ଟି ବିସ୍ଫୋରଣ ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ଏଡିଜି ସଞ୍ଜୀବ ପଣ୍ଡା

0

ରାଉରକେଲା : ପୁଣି ମୁଣ୍ଡ ଟେକିଛି ମାଓ ଗତିବିଧି । ୩ ଦିନରେ ଭିଆଇଛନ୍ତି ୪ ଟି ବିସ୍ଫୋରଣ । ଗୋଟିଏ ଦିନରେ ୨ ଟି ଜାଗାରେ ରେଳ ଧାରଣା ଉଡାଇବା ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଅତିରିକ୍ତ ଡିଜି ସଞ୍ଜିଵ କୁମାର ପଣ୍ଡା । ରାଉରକେଲା ଏସପି ଓ ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜିଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାଉରକେଲା ପୋଲିସ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି କହିଛନ୍ତି ଅତିରିକ୍ତ ଡିଜି। ୨୦୧୮ ମସିହା ପରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଥିଲା। ଏଵେ ଗତ କିଛି ଦିନ ହେଲା ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମାଓବାଦୀ ମୁକାବିଲା କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ। ଅଧିକ ପୋଲିସ କ୍ୟାମ୍ପ ସ୍ଥାପନ ସହ ଅଧିକ ଏସ ଓ ଜି ମୃତୟନ ହେଵେ। ସମସ୍ତ ରେଳ ଲାଇନରେ ଵମ ଡିସପୋଜାଲ ଟିମ ଯାଞ୍ଚ କରିଛନ୍ତି। ମାଓବାଦୀ ମୁକାବିଲା ପାଇଁ ଓଡିଶା ଓ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ ମିଳିତ ମୁକାବିଲା କରାଯିବ। ସରଣ୍ଡା ଜଙ୍ଗଲରେ ମାଓବାଦୀ ରହୁଥିବାରୁ ମାଓବାଦୀ ମୁକାବିଲା ପାଇଁ ଗୁଇନ୍ଦା ବିଭାଗକୁ ଆଧିକ ସୁଦୃଢ କରାଯିବ ବୋଲି କହିଚନ୍ତି ଏଡିଜି ସଞ୍ଜିଵ ପଣ୍ଡା ।
ସୂଚନାନୁସାରେ,ଗତ ଅଗଷ୍ଟ ୨ ତାରିଖ ରାତି ପାଖାପାଖି ୭ଟା ସମୟରେ ରାଉରକେଲା ନିକଟ ରେଞ୍ଜେଡା କରମପଦା ମଝିରେ ଥିବା ରେଳ ଧାରଣାକୁ ବିସ୍ଫୋରଣରେ ଉଡାଇଥିଲେ ମାଓବାଦୀ । ଆଉ ରେଳ ଧାରଣା ମରାମତି କରିବା ପାଇଁ ତା ପରଦିନ ଘଟଣାସ୍ଥଳରେ ପହଞ୍ଚିଥିଲେ ରେଳ କର୍ମଚାରୀ । ଏହି ଅଞ୍ଚଳରେ ପୂର୍ବରୁ ଲ୍ୟାଣ୍ଡ ମାଇନ୍ ପୋତିଥିଲେ ମାଓବାଦୀ, ବିସ୍ଫୋରଣରେ ରେଳ କର୍ମଚାରୀ ଈତୁଆ ଓରାମଙ୍କ ଜୀବନ ଗଲା । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ବୁଦ୍ଧିଆ ମୁଣ୍ଡା । ସେହି ଅଞ୍ଚଳରେ ପୃଥକ୍ ପୃଥକ୍ ଦୁଇଟି ସ୍ଥାନରେ ପୁଣି ଦୁଇଟି ବିସ୍ଫୋରଣ । ଯାହା ସୁନ୍ଦରଗଡ଼ ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ମାଓବାଦୀ ଜାହିର କରିଛନ୍ତି ଉପସ୍ଥିତି । ଏହି ଘଟଣା ପରେ ଦୁଇ ଦିନିଆ ଗସ୍ତ କରିଛନ୍ତି ADG ସଞ୍ଜୀବ ପଣ୍ଡା । ସୋମବାର ଘଟିଥିବା ଅଞ୍ଚଳ ଯାଇଥିବା ବେଳେ ମଙ୍ଗଳବାର ପଶ୍ଚିମାଞ୍ଚଳ ଡିଆଇଜି, ରାଉରକେଲା ଏସ୍‌ପିଙ୍କ ସହ ରାଉରକେଲାରେ ମାଓ ମୁକାବିଲା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.