ଫ୍ୟାଶନ ଡିଜାଇନର ପ୍ରସାଦ ବିଡପ୍ପାଙ୍କ ପୁଅ ଏଡମ୍ ବିଡପ୍ପା ଗିରଫ

ଇନ୍ଦିରାନଗର: ମାର୍ଚ୍ଚ ୦୫: ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରସାଦ ବିଡପ୍ପାଙ୍କ ପୁଅ ଏଡମ୍ ବିଡପ୍ପାଙ୍କୁ ପୋଲିସ୍ ଗିରଫ କରିଛି। ଜଣେ କନ୍ନଡ ଅଭିନେତ୍ରୀଙ୍କୁ ଅଶ୍ଲୀଳ ମେସେଜ୍ ପଠାଇବା ଅଭିଯୋଗରେ ପୋଲିସ୍ ଏଡମ୍ଙ୍କୁ ଗିରଫ କରିଛି। ଅଭିନେତ୍ରୀ ଜଣକ କହିଛନ୍ତି, ଜଣେ ଭିଭିଆଇପିଙ୍କ ପୁଅ ହ୍ୱାଟ୍ସଆପ୍ରେ ଅଶ୍ଲୀଳ ମେସେଜ୍ ପଠାଇବା ଘଟଣା ମୋତେ ଓ ମୋ ପରିବାରକୁ ଚକିତ କରିଛି। ସେ ଗତ ଫେବୃଆରୀ ୨୫ ତାରିଖ ରାତି ୧୧ଟାରେ ହ୍ୱାଟ୍ସଆପ୍ରେ ମେସେଜ କରିଥିଲେ। ଏହି ସମୟରେ ସେ ନିଶାସକ୍ତ ଅବସ୍ଥାରେ ଥିଲେ। ତାଙ୍କର ମେସେଜ ଅପମାନଜନକ, କ୍ରୁରତା, ଘୃଣା ଓ ଆଘାତ ଦେବା ଭଳି ଥିଲା। ଗତ ସପ୍ତାହେ ହେଲା ସେ ତାଙ୍କୁ ହଇରାଣ କରୁଥିବା ଅଭିନେତ୍ରୀ ଜଣକ କହିଛନ୍ତି। ଘଟଣାକୁ ନେଇ ଅଭିନେତ୍ରୀ ଗୁରୁବାର ଇନ୍ଦିରାନଗର ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଏଡମ୍ ନିଶାସକ୍ତ ଅବସ୍ଥାରେ ଅନ୍ୟମାନଙ୍କୁ ହଇରାଣ କରନ୍ତି ବୋଲି ପୂର୍ବରୁ ତାଙ୍କ ମା କହିଥିଲେ।

Govt

Comments are closed.