ହାୱଡା : ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ସ୍ୱାମୀ ଗିରଫ। ବୁଧବାର ଦିନ ରିୟା କୁମାରୀ ତାଙ୍କ ସ୍ୱାମୀ ପ୍ରକାଶ କୁମାରଙ୍କ ସହ ଏକ କାରରେ ଯାତ୍ରା କରୁଥିବା ସମୟରେ ଗୁଳିକାଣ୍ଡର ପ୍ରାଣ ହରାଇ ଥିଲେ ।
ଘଟନାନୁସାରେ ପଶ୍ଚିମବଙ୍ଗର ହାୱଡାରେ ବୁଧବାର (ଡିସେମ୍ବର ୨୮) ରେ ଝରଖଣ୍ଡର ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏହି ଘଟଣା ପରେ ପୋଲିସ ରିୟାଙ୍କ ସ୍ୱାମୀ ପ୍ରକାଶ କୁମାରଙ୍କୁ ଗିରଫ କରିଛି। ପୋଲିସ ମୃତ ହିରୋଇନଙ୍କ ସ୍ୱାମୀଙ୍କୁ ଗୁରୁବାର (ଡିସେମ୍ବର ୨୯) କୋର୍ଟରେ ହାଜର କରିବ। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଥିଲା।
ଅଭିଯୋଗ ଅନୁସାରେ, ପ୍ରକାଶ ପ୍ରଥମେ ଏହାକୁ ଲୁଟ୍ ଘଟଣା କହି ପୋଲିସକୁ ଭୁଆଁ ବୁଲାଉଥିଲେ। କିନ୍ତୁ ପଚରାଉଚରା ସମୟରେ ସେ ବାରମ୍ବାର ନିଜର ବୟାନ ବଦଳାଇବାରୁ ପୋଲିସକୁ ସନ୍ଦେହ ହୋଇଥିଲା ଏବଂ ହତ୍ୟା ରହସ୍ୟକୁ ଉନ୍ମୋଚନ କରିବାରେ ଏଥିରୁ ସାହାଯ୍ୟ ମିଳିଥିଲା ।
ଗତ ବୁଧୁବାର ଦିନ ରିୟା କୁମାରୀ ତାଙ୍କ ସ୍ୱାମୀ ପ୍ରକାଶ କୁମାରଙ୍କ ସହ ଏକ କାରରେ ଯାତ୍ରା କରୁଥିଲେ। ଏହି ସମୟରେ ହାଇୱେରେ କିଛି ଲୁଟେରା ତାଙ୍କ ସ୍ୱାମୀଙ୍କୁ ଲୁଟିବାକୁ ଉଦ୍ୟମ କରିବା ଆରମ୍ଭ କରିଥିଲେ। ମାଡ଼ ମାରି ଲୁଟେରା ପ୍ରକାଶ କୁମାରଙ୍କୁ ଲୁଟିବାକୁ ଚେଷ୍ଟା କରୁଥିବା ଦେଖି ରୋକିବା ପାଇଁ ଆସିଥିଲେ ରିୟା। ଏହା ଦେଖି ରାଗରେ ଲୁଟେରା ମାନେ ରିୟାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦେହରେ ଗୁଳିବାଜିବା ପରେ ରିୟାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏହି କାଣ୍ଡପଛରେ ରିୟାଙ୍କ ସ୍ୱାମୀ ପ୍ରକାଶଙ୍କର ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଥିଲେ ରିୟା ଙ୍କ ପିତାମାତା । ଆଗରୁ ରିୟାଙ୍କୁ ତାଙ୍କ ସ୍ୱାମୀ ଏବଂ ତାଙ୍କ ପୂର୍ବତନ ପତ୍ନୀ ହତ୍ୟା ଧମକ ଦେଇଥିବା ରିୟାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାଦିନ ରିୟା,ତାଙ୍କ ଅଢ଼େଇ ବର୍ଷର ଝିଅ ଏବଂ ସ୍ୱାମୀ କାରରେ ଯାତ୍ରା କରୁଥିବା ବେଳେ ତାଙ୍କୁ ଲୁଟ୍ ଉଦ୍ୟମ ହୋଇଥିଲା। କିନ୍ତୁ ଏହି ଘଟଣାପଛର ମାଷ୍ଟରମାଇଣ୍ଡ ରିୟାଙ୍କ ସ୍ୱାମୀ ପ୍ରକାଶ ଥିବା ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ରିୟା କୁମାରୀଙ୍କ ସ୍ୱାମୀ ପ୍ରକାଶ କୁମାର ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ। ସେ ଅନେକ କ୍ଷୁଦ୍ର ଏବଂ ବିଜ୍ଞାପନ ନିର୍ମାଣ କରିଛନ୍ତି। ସେ ଖଣି ବ୍ୟବସାୟ ମଧ୍ୟ କରନ୍ତି।

Comments are closed.