ଯୌନ ଶୋଷଣର ଶିକାର ହୋଇଥିଲେ ରବୀନା

ଅଭିନେତ୍ରୀ ରବୀନା ଟଣ୍ଡନ ସୋସିଆଲ୍‌ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହିଥାନ୍ତି । ଫିଲ୍ମ ଅପଡେଟ୍‌ ସହ ସେ ପ୍ରାୟ ସମୟରେ ସାମାଜିକ ପ୍ରସଙ୍ଗରେ ନିଜର ମତ ରଖିଥାନ୍ତି । ଏବେ ରବୀନା ନିଜ କିଶୋରୀ ବୟସର ସଂଘର୍ଷ ସମୟର କଥା ଫ୍ୟାନ୍‌ସମାନଙ୍କ ସହ ସେୟାର କରିଛନ୍ତି । ସେ ସମୟରେ ସେ ଲୋକାଲ୍‌ ଟ୍ରେନ୍‌ କିମ୍ବା ବସ୍‌ରେ ଯାତାୟତ କରୁଥିଲେ । ଯାତ୍ରା ସମୟରେ ସେ ଅଜଣା ଯାତ୍ରୀଙ୍କ ଅଶ୍ଲୀଳ ଆଚରଣର ଶିକାର ମଧ୍ୟ ହୋଇଛନ୍ତି । ସେ ଏହି କଥା ମେଟ୍ରୋ ୩ କାର୍‌ସେଡ୍‌ ପ୍ରୋଜେକଫକୁ ଆଖି ଆଗରେ ରଖି କହିଛନ୍ତି । ଏହାକୁ ନେଇ ରବୀନା ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଥିଲେ ମଧ୍ୟ ମୁହଁତୋଡ ଜବାବ ଦେଇଛନ୍ତି ।

ଯୌନ ଶୋଷଣର ଶିକାର ହୋଇଥିଲେ ରବୀନା

ଏବେ ମହାରାଷ୍ଟ୍ର ଲଗାତର ଚର୍ଚ୍ଚାରେ ରହି ଆସିଛି । କେତେବେଳେ ଏହାର ରାଜନୈତିକ ବାତାବରଣ ତ ପୁଣି କେତେବେଳେ ବିଭିନ୍ନ ବିକାଶମୂଳକ ପ୍ରୋଜେକଫକୁ ନେଇ । ଏବେ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦାୟିତ୍ୱ ଗ୍ରହଣ ପରେ ଏକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ପ୍ରସଙ୍ଗଟି ହେଉଛି ଆରେ ମେଟ୍ରୋ ୩ କାର୍‌ସେଡ୍‌ । ଏହି ପ୍ରୋଜେକଫ ଲାଗି ଜଙ୍ଗଲକୁ କାଟିବାକୁ ପଡିବ ଯାହାକୁ ସାଧାରଣ ଜନତା ସହ ସିନେ ତାରକା ବି ବିରୋଧ କରୁଛନ୍ତି । ଅଭିନେତ୍ରୀ ରବୀନା ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ରବୀନା ପ୍ରକୃତିପେୟମୀ ବୋଲି ସମସ୍ତେ ଜାଣନ୍ତି । ସେ ଚାହାନ୍ତି ମେଟ୍ରୋ ୩ କାର୍‌ ସେଡ୍‌ ଲାଗି ଜଙ୍ଗଲ କ୍ଷୟ ନ ହେଉ ।

ଯୌନ ଶୋଷଣର ଶିକାର ହୋଇଥିଲେ ରବୀନା

ଏହି କ୍ରମରେ ଜଣେ ୟୁଜର ତାଙ୍କୁ ମୁମ୍ବାଇରେ ମଧ୍ୟବି ପରିବାରର ସଂଘର୍ଷ ବିଷୟରେ ପ୍ରଶ୍ନ କରିଥିଲେ । ଏହାକୁ ନେଇ ରବୀନାଙ୍କର ନିଜ କିଶୋର ବୟସର ସଂଘର୍ଷ କାହାଣୀ ମନେ ପଡି ଯାଇଥିଲା । ସେ ଟ୍ୱିଟର ଆକାଉରେ ନିଜ କାହାଣୀ ସେୟାର କରି ଲେଖିଛନ୍ତି, ସେ ବସ୍‌ କିମ୍ବା ଲୋକାଲ୍‌ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଯୌନ ନିର୍ଯ୍ୟାତନାର ଶିକାର ବି ହୋଇଛନ୍ତି ଯାହା ଆଜି ବି ବହୁ ମହିଳା ସମ୍ମୁଖୀନ ହେଉଛନ୍ତି ଓ ଲୋକ ଲଜ୍ଜା ଭୟରେ ମୁହଁ ଖୋଲି ପାରୁ ନାହାନ୍ତି । ୧୯୯୧ ପର୍ଯ୍ୟନ୍ତ ସେ ଏପରି ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଯାତ୍ରା କରୁଥିଲେ ଓ ୧୯୯୨ରେ ସେ ନିଜ ପାଇଁ ପ୍ରଥମ କାର୍‌ କିଣିଥିଲେ । ସେ କହିଛନ୍ତି ବିକାଶମୂଳକ ପ୍ରୋଜେକଫ ହେଉ କି;ୁ ଁ ପରିବେଶ ଓ ବନ୍ୟଜୀବଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ଏସବୁ କାର୍ଯ୍ୟକାରୀ ହେଉ ।

Govt

Comments are closed.