ମାହୀଙ୍କ ସଂଘର୍ଷ କାହାଣୀ

‘ଦବଙ୍ଗ’ ଏବଂ ‘ଦେବ ଡି’ ପରି ଫିଲ୍ମରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ଅଭିନେତ୍ରୀ ମାହୀ ଗିଲ୍‌ ଅଧ୍ୟୟନ ସମାପ୍ତ କରିବା ପରେ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଇଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ତଥା ବିଶେଷତଃ ଯେତେବେଳେ ଓଟିଟି ଏବଂ ଅନ୍ୟାନ୍ୟ ମାଧ୍ୟମ ନଥିଲା, କାଷ୍ଟିଂ ପ୍ରକ୍ରିୟା ଏତେ ସହଜ ନଥିଲା ।

ମାହୀଙ୍କ ସଂଘର୍ଷ କାହାଣୀ
ସେହି ସମୟରେ ଅନ୍ୟ ସହରର ଝିଅମାନଙ୍କୁ କିପରି ଗ୍ରହଣ କରାଯାଉଥିଲା, ତାହା କଳ୍ପନା କରିବା ଖୁବ କଷ୍ଟକର ଥିଲା । ମାୟାନଗରୀରେ ବିଭିନ୍ନ ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡ଼ୁଥିଲା । ଏଥିରୁ ମାହୀ ଗିଲ୍‌ ମଧ୍ୟ ବଞ୍ଚିପାରିନାହାନ୍ତି । ଏକ ଇଣ୍ଟରଭୁ୍ୟରେ ମାହୀ ଗିଲ୍‌ ନିଜ ସିନେ ଯାତ୍ରା ସମ୍ପର୍କରେ ଆଲୋଚନା କରିଛନ୍ତି । ଏଥିରେ ପ୍ରାରମ୍ଭରେ କିପରି କାଷ୍ଟିଂ ପ୍ରକ୍ରିୟା କରାଯାଉଥିଲା, ସେ ବିଷୟରେ କହିଛନ୍ତି ।

ମାହୀଙ୍କ ସଂଘର୍ଷ କାହାଣୀ
ମାହୀଙ୍କ କହିବା ଅନୁଯାୟୀ, ସେତେବେଳେ ଯଦି କୌଣସି ଝିଅ ସଲୱାର ସୁଟ୍‌ ପିନ୍ଧି ଅଡିସନ୍‌ ଦେବାକୁ ଯାଆନ୍ତି, ତେବେ ତାଙ୍କୁ ଭଉଣୀ ଭାବେ ବିବେଚନା କରାଯାଏ । ତେଣୁ ସେ ବାରମ୍ବାର ରିଜେକଫ େହୋଇଛନ୍ତି ଏବଂ ଭଲ ଚରିତ୍ର ପାଇବା ପାଇଁ ସଂଘର୍ଷ କରିଛନ୍ତି । ହେଲେ ୨୦୦୯ର ଅନୁରାଗ କଶ୍ୟପଙ୍କ ଫିଲ୍ମ ଦେବ ଡି ତାଙ୍କୁ ସ୍ୱତନ୍ତ୍ର ପରିଚୟ ହେଲା । ଏଥିରେ ତାଙ୍କର ଅଭିନୟ ବେଶ୍‌ ପ୍ରଶଂସିତ ହୋଇପାରିଥିଲା ।

ମାହୀଙ୍କ ସଂଘର୍ଷ କାହାଣୀ
ଆଉ ଏବେନିକଟରେ ଓଟିଟି ପ୍ଲାଟଫର୍ମ ଏମଏକ୍ସ ପ୍ଲେୟାରରେ ମୁକ୍ତିଲାଭ କରିଥିବା େୱବସିରିଜ୍‌ ‘ରକ୍ତାଞ୍ଚଳ ୨’ ପାଇଁ ପୁଣି ଥରେ ମାହୀ ଚର୍ଚ୍ଚାରେ । ଏଥିରେ ସେ ଜଣେ ରାଜନେତ୍ରୀ ଭୂମିକାରେ ଅଭିନୟ କରିଛନ୍ତି । ଏହା ତାଙ୍କ କ୍ୟାରିଅରର ସବୁଠୁ ବଳିଷ୍ଠ ଚରିତ୍ର ବୋଲି ମାହୀ ଇଣ୍ଟରଭୁ୍ୟରେ କହିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.