ନୂଆ ଫିଲ୍ମର ଘୋଷଣା କଲେ କାଜୋଲ

ମୁମ୍ବାଇ:  ବଲିଉଡ୍‌ ଇଣ୍ଡଷ୍ଟ୍ରୀର ଦୁଇଜଣ ବର୍ଷିଆନ କଳାକାର ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି । ପ୍ରସିଦ୍ଧ ଅଭିନେତ୍ରୀରୁ ନିର୍ଦ୍ଦେଶିକା ପାଲଟିଥିବା ରେବଥୀ ତାଙ୍କ ନିର୍ଦ୍ଦେଶନାରେ ଲୋକଙ୍କ ହୃଦୟ ଜିତିଛନ୍ତି । ନିର୍ଦ୍ଦେଶନା ପୂର୍ବରୁ ତାଙ୍କର ଚମତ୍କାର ଅଭିନୟ ପାଇଁ ସେ ଉଭୟ ସାଉଥ୍‌ ଏବଂ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସୁନାମ ଅର୍ଜନ କରିସାରିଛନ୍ତି । ଆଉ ଏବେ ନିଜର ଆଗାମୀ ଫିଲ୍ମରେ ଅଭିନେତ୍ରୀ କାଜୋଲଙ୍କୁ କାଷ୍ଟ କରିଛନ୍ତି । ଫିଲ୍ମର ନାମ ‘ଦ ଲାଷ୍ଟ୍‌ ହୁରାହ’ ରଖାଯାଇଛି । କାଜୋଲ ନବରାତ୍ରିର ଶୁଭ ଅବସରରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ପ୍ରଶଂସକଙ୍କୁ ଏହାର ସୂଚନା ଦେଇଛନ୍ତି ।

 

ସେ ତାଙ୍କ ଇନଷ୍ଟାଗ୍ରାମରେ ରେବଥୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ କାଜୋଲ ଏବଂ ରେବଥୀ ଉଭୟ ଶାଢୀରେ ନଜର ଆସୁଛନ୍ତି । କାଜୋଲ ତାଙ୍କ ପୋଷ୍ଟରେ ଫିଲ୍ମ ସମ୍ପର୍କରେ ସୂଚନା ଦେଇ ନିଜର ଖୁସି ପ୍ରକାଶ କରିଛନ୍ତି । ସେପଟେ ନିର୍ଦ୍ଦେଶିକା ରେବଥୀ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ କଜୋଲଙ୍କ ସହ ପ୍ରଯୋଜକ ସୁରଜ ସିଂହ ଏବଂ ଶ୍ରଦ୍ଧା ଅଗ୍ରୱାଲ ଅଛନ୍ତି । ତାଙ୍କ ଫିଲ୍ମ ପାଇଁ କାଜୋଲ ହିଁ ପରଫେକଫ ବୋଲି ରେବଥୀ କହିଛନ୍ତି । ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି, ଯାହା ଜଣେ ଆଦର୍ଶ ମାଆଙ୍କ କାହାଣୀକୁ ଦର୍ଶାଇଛି । ଯିଏ ହସଖୁସିରେ ସବୁଠାରୁ ଚ୍ୟାଲେଞ୍ଜିଂ ପରିସ୍ଥିତିର ସାମ୍ନା କରୁଛି । ଫିଲ୍ମର ପ୍ରି ପ୍ରଡକ୍ସନ କାମ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି । ଅଭିନେତ୍ରୀ କାଜୋଲ ଶେଷ ଥର ପାଇଁ ଫିଲ୍ମ ତ୍ରିଭଙ୍ଗାରେ ନଜର ଆସିଥିଲେ, ଯାହା ଓଟିଟି ଫ୍ଲାଟଫର୍ମରେ ରିଲିଜ ହୋଇଥିଲା । ରେବଥୀ ତାଙ୍କ କ୍ୟାରିଅରରେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

ନୂଆ ଫିଲ୍ମର ଘୋଷଣା କଲେ କାଜୋଲ
ରେବଥୀ

ସେ ହିନ୍ଦୀ ଫିଲ୍ମରେ ମୁଖ୍ୟତଃ ସଲମାନ ଖାନଙ୍କ ସହ ୧୯୯୧ର ଫିଲ୍ମ ‘ଲବ୍‌’ରେ କାମ କରିଥିଲେ । ଫିଲ୍ମଟି ସୁପରହିଟ୍‌ ହୋଇଥିଲା । ଏହାପରେ ସେ ଅନେକ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି । ତାଙ୍କର ପ୍ରଥମ ନିର୍ଦ୍ଦେଶିତ ହିନ୍ଦୀ ଫିଲ୍ମ ହେଉଛି ‘ଫିର୍‌ ମିଲେଙ୍ଗେ’ ।

Comments are closed.