ମୁମ୍ବାଇ: ପୂର୍ବତନ ମିସ୍ ଇଣ୍ଡିଆ ୟୁନାଇଟେଡ୍ କଣ୍ଟିନେଟସ୍ ଗାୟତ୍ରୀ ଭରଦ୍ୱାଜ ବଲିଉଡ୍ରେ ନିଜ ପରିଚୟ ତିଆରି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ େୱବସିରିଜ୍ ‘ଢିଢୋଂରା’ରେ ସେ ନଜର ଆସିଥିଲେ ।
ଗାୟତ୍ରୀ ଉଚ୍ଚାକାଂକ୍ଷୀ ହେବା ସହ ବେଶ୍ କର୍ମପ୍ରବଣ । ପ୍ରି-ସ୍କୁଲ ପଢୁଥିବା ସମୟରୁ ହିଁ ମିସ୍ ଇଣ୍ଡିଆ ହେବାର ସ୍ୱପ୍ନ ଦେଖୁଥିଲେ ଏବଂ ୨୦୧୮ରେ ଏହାକୁ ପୂରଣ ମଧ୍ୟ କଲେ । ସେଫୋରା ମିସ୍ ଗ୍ଲାମରସ୍ ଲୁକ୍, ଜିଓ ମିସ୍ ପପୁଲାର, ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୮ ଟାଇଟଲ ମଧ୍ୟ ଜିତିଲେ । ଏହାପରେ ଗାୟତ୍ରୀ ମଡେଲିଂ କରିବା ସହ ବଲିଉଡ୍ ମୁହାଁ ହେଲେ ।
କିନ୍ତୁ ଫିଲ୍ମ ପରିବର୍ତ୍ତେ େୱବସିରିଜ୍ ଜରିଆରେ ଆକଫିଂ ଡେବୁ୍ୟ କଲେ । ୨୦୨୧ର ଭୁବନ ବାମଙ୍କ ଲୋକପ୍ରିୟ ‘ବିବି କି ଭାଇନସ୍’ େୱବସିରିଜ ଢିଢୋଂରାରେ ଅଭିନୟ କରି ପ୍ରଶଂସିତ ମଧ୍ୟ ହୋଇଛନ୍ତି । ଏହାପୂର୍ବରୁ ୨୦୨୯ରେ କେତୋଟି ମୁ୍ୟଜିକ ଆଲବମ୍ ଏବଂ ବିଜ୍ଞାପନରେ ନଜର ଆସିଛନ୍ତି ।
ଗାୟତ୍ରୀଙ୍କଲୋକପ୍ରିୟତାକୁ ଦେଖି ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ୨୦୨୦ ମଞ୍ଚରେ ଆୟୁଷ୍ମାନ ଖୁରାନାଙ୍କ ସହ ନୃତ୍ୟ କରିବା ପାଇଁ ଅଫର୍ ଦିଆଯାଇଥିଲା । ଆଉ ଏବେ ଖୁବଶୀଘ୍ର ଏକ ବଲିଉଡ୍ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏହାର ଘୋଷଣା ହୋଇନାହିଁ । ନିକଟରେ ଗାୟତ୍ରୀ ଏକ ଇଣ୍ଟରଭୁ୍ୟରେ ନିଜ ମନର କଥା ରଖିଛନ୍ତି ।
ଗାୟତ୍ରୀଙ୍କ କହିବା ଅନୁଯାୟୀ ବଲିଉଡ୍ର ମୋଷ୍ଟ ହ୍ୟାଣ୍ଡସମ୍ ହଂକ ହ୍ରିତିକ ରୋଶନଙ୍କୁ ସେ ବହୁତ ପସନ୍ଦ କରନ୍ତି ଏବଂ ହ୍ରିତିକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ସେ ତାଙ୍କର ପିଲାବେଳର କ୍ରସ୍ । କେବଳ ସେତିକି ନୁହେଁ ହ୍ରିତିକଙ୍କ ବ୍ୟତୀତ ଇଣ୍ଡଷ୍ଟ୍ରୀର ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ମଧ୍ୟ ଡେଟ୍ କରିବାକୁ ଚାହୁଁଛନ୍ତି ।
ଏଥିସହ ଗାୟତ୍ରୀ ଗ୍ଲୋବାଲ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବାୟୋପିକ୍ରେ କାମ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି ।

Comments are closed.