ପଶ୍ଚିମବଙ୍ଗ: ମାର୍ଚ୍ଚ ୧୪: ପୁସ୍ତକ ମେଳାରେ ପକେଟ୍ମାର୍ କରୁଥିବା ସମୟରେ ଧରାପଡିଲେ ବଙ୍ଗୀୟ ଅଭିନେତ୍ରୀ। କୋଲକାତା ପୋଲିସ୍ ଏହି ତାଙ୍କୁ ଧରିବା ପରେ ତାଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ଓ ଅନେକ ଗୁଡ଼ିଏ ପର୍ସ ମିଳିଛି। ଅନ୍ତର୍ଜାତୀୟ କୋଲକାତା ପୁସ୍ତକମେଳାରେ ପକେଟ୍ମାର୍ କରୁଥିବା ଅଭିଯୋଗରେ ପଶ୍ଚିମବଙ୍ଗ ଅଭିନେତ୍ରୀ ରୁପା ଦତ୍ତାଙ୍କୁ ପୋଲିସ ଗିରଫ କରିଛି। ତେବେ ରୂପା ଡଷ୍ଟବିନ୍ରେ ଏକ ପର୍ସ ଫୋପାଡ଼ୁଥିବା ବେଳେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଦେଖି ଦେଇଥିଲେ ଏବଂ ତାଙ୍କର ସନ୍ଦେହ ହୋଇଥିଲା। ଏହାପରେ ପୋଲିସ ତାଙ୍କୁ ଅଟକ ରଖି ଏତେ ଟଙ୍କା ଓ ପର୍ସ କାହିଁକି ଧରି ବୁଲୁଛନ୍ତି ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ମିଳିଥିଲା ଓ ତାଙ୍କର ପୁରା କାରନାମା ସାମ୍ନାକୁ ଆସିଥିଲା।

Comments are closed.