ବାହା ହେଲେ ରାଜକୁମାର-ପତ୍ରଲେଖା

ମୁମ୍ବାଇ: ନଭେମ୍ବର ୧୬: ଦୀର୍ଘ ୧୧ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ନାମ ଦେଇଛନ୍ତି ବଲିଉଡ୍‌ ଲଭ୍‌ବାର୍ଡ୍ସ ରାଜକୁମାର ରାଓ ଏବଂ ପତ୍ରଲେଖା । ନିର୍ଦ୍ଦେଶକ ହଂସଲ ମେହତାଙ୍କ ଫିଲ୍ମ ‘ସିଟିଲାଇଟ୍‌ସ’ରୁ ପରସ୍ପରର ନିକଟତର ହୋଇଥିଲା ରାଜକୁମାର-ପତ୍ରଲେଖାଙ୍କ ପ୍ରେମ କାହାଣୀ । ରାଜକୁମାରଙ୍କ ସଂଘର୍ଷର ଦିନ ହେଉ କିମ୍ବା ସୋସିଆଲ ମିିଡିଆରେ ପତ୍ରଲେଖା ଟ୍ରୋଲିଂର ଶିକାର, ଯେକୌଣସି ପରିସ୍ଥିତିରେ ଏହି ଯୋଡ଼ି ପରସ୍ପରକୁ ସମର୍ଥନ କରିବାରେ ପଛେଇ ନାହାନ୍ତି ।
ବାହା ହେଲେ ରାଜକୁମାର-ପତ୍ରଲେଖା
ସୋମବାର ଏହି ଦମ୍ପତ୍ତି ଚଣ୍ଡୀଗଡର ଏକ ବିଳାସପୂର୍ଣ୍ଣ ରିସର୍ଟ୍ଟରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ବିବାହ ପରେ ଉଭୟ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାରେ ବିବାହର କିଛି ଫଟୋ ସେୟାର କରିଛନ୍ତି । ଫଟୋରେ ଉଭୟ ରୟାଲ ଲୁକ୍‌ରେ ନଜର ଆସୁଛନ୍ତି । ଉଭୟ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ସବ୍ୟାସାଚ୍ଚୀଙ୍କ େୱଡିଂ ଆଉଟ୍‌ଫିଟ୍‌ ପିନ୍ଧିଥିଲେ । ବିବାହରେ ପତ୍ରଲେଖା ଲାଲ୍‌ ଶାଢୀ ଏବଂ ରାଜକୁମାର ସିá କୁର୍ତ୍ତା ଓ ଚୁଡିଦାର ପାୟଜାମା ପିନ୍ଧିଥିବା ନଜର ଆସୁଛନ୍ତି ।
ବାହା ହେଲେ ରାଜକୁମାର-ପତ୍ରଲେଖା
ଏହାସହ ରାଜକୁମାର ସିáର ଆଇବରୀ ଜ୍ୟାକେଟ୍‌କୁ ପେୟାର ଅପ୍‌ କରିଛନ୍ତି । ଏହି ଜ୍ୟାକେଟରେ ଗୋଲï ପ୍ଲେଟେଡ୍‌ ବଙ୍ଗାଳୀ ଟାଇଗର ବଟନ ଲଗାଯାଇଛି । ଯାହା େୱଡିଂ ଆଉଟଫିଟ୍‌କୁ ଆହୁରି ଖାସ୍‌ କରୁଛନ୍ତି । କେବଳ ସେତିକି ନୁହେଁ ରାଜକୁମାର ମଧ୍ୟ ନିଜ େୱଡିଂ ଲୁକ୍‌ରେ ସବ୍ୟସାଚ୍ଚୀଙ୍କ ହେରିଟେଜ୍‌ ଜୁଏଲାରୀ ସାମିଲ କରିଛନ୍ତି । ତେବେ ପତ୍ରଲେଖାଙ୍କ ଲାଲ ରଙ୍ଗର ଓଢଣୀ ଏବେ ଚର୍ଚ୍ଚାରେ ରହିଛି । କାରଣ ଓଢଣୀରେ ବଙ୍ଗାଳୀ ଭାଷାରେ ପ୍ରେମର ମନ୍ତ୍ର ଲେଖାହୋଇଛି, ଯାହାର ଅର୍ଥ ମୁଁ ମୋର ପ୍ରେମରେ ଭରା ମନ ତୁମକୁ ସମର୍ପିତ କରୁଛି ।
ବାହା ହେଲେ ରାଜକୁମାର-ପତ୍ରଲେଖା
ରାଜକୁମାର ନିଜ ବିବାହର ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି ଯେ ପରିଶେଷରେ ୧୧ ବର୍ଷର ପ୍ରେମ, ରୋମାନ୍ସ, ବନ୍ଧୁତା ଏବଂ ମଉଜ ପରେ ଆଜି ମୁଁ ନିଜର ସମସ୍ତ ଜିନିଷକୁ ବିବାହ କରିଛି । ମୋ ଆତ୍ମା, ମୋର ସବୁଠୁ ଭଲ ବନ୍ଧୁ, ମୋ ପରିବାର । ଆଜି ମୋ ପାଇଁ ତୁମ ସ୍ୱାମୀ କୁହାଯିବାଠାରୁ କୌଣସି ବଡ଼ ଖୁସି ନାହିଁ ପତ୍ରଲେଖା । ସେହିପରି ପତ୍ରଲେଖା ମଧ୍ୟ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାପରେ ବଲିଉଡ୍‌ର ସେଲିବ୍ରେଟିମାନେ ନବଦମ୍ପତ୍ତିକୁ ଶୁଭେଚ୍ଛା ଜଣାଇଛନ୍ତି ।

Govt

Comments are closed.