ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଟ୍ରାପଲାଇନ । ଫଳରେ ଆଜିଠୁ ୪ ଦିନ ଯାଏଁ ସାରା ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ଛେଚିବ । ଏହାସହ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି l ବିଶେଶ କରି ଟ୍ୱିନ ସିଟି ସମେତ ଖୋର୍ଦ୍ଧା, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼ ଝାରସୁଗୁଡା ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୪ ଦିନ ଉତ୍ତର ଏବଂ ଉପକୂଳର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବଭାବିକ ବର୍ଷା ହୋଇଛି ।
୨୪ ଘଣ୍ଟାରେ ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, କଟକ, ବରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ପ୍ରବଳ ବର୍ଷା ନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅନ୍ୟପଟେ ଲଗାତାର ବର୍ଷା ହେତୁ ବଢୁଛି ହୀରାକୁଦ ଜଳସ୍ତର । ସକାଳ ୬ ଟା ସୁଦ୍ଧା ୬୧୦.୧୭ ଫୁଟ ଜଳସ୍ତର । ମୋଟ ୧୪ ଟି ଗେଟରେ ଜଳ ନିଷ୍କାସନ ଜାରୀ । ହୀରାକୁଦ ଜଳଭଣ୍ତାର ସେକେଣ୍ତ ପ୍ରତି ୨ ଲକ୍ଷ ୭୪ ହଜାର ୮୪୯ କ୍ୟୁସେକ ଜଳ ପ୍ରବେଶ । ସେହିପରି ସେକେଣ୍ତ ପ୍ରତି ୨ ଲକ୍ଷ ୪୬ ହଜାର ୭୬୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
Comments are closed.