ତ୍ୱଚା ଚମକାଇବ ଅଙ୍ଗାର

ସମୟ ଲାଇଭ୍‍,୭/୧୧: ସକ୍ର୍ରିୟ ଅଙ୍ଗାର ବା ଆକ୍‍ଟିଭ୍‍ କାର୍ବନ ଓøଷଧର ମାନ୍ୟତା ପାଇଛି। ଚୁର୍ଣ୍ଣ ଓ ବଟିକା ରୂପରେ ଏହା ବଜାରରେ ମିଳୁଛି। ବିଭିିନ୍ନ ପ୍ରକାର ବିଷାକ୍ତ କସ୍‍ମେଟିକ ପ୍ରଭାବରୁ ମଣିଷକୁ ରକ୍ଷା କରିବାପାଇଁ ଏହା ବ୍ୟବହାର କରାଯାଉଛି। ସୌନ୍ଦର୍ୟ୍ୟ ପାଇଁ ଏହାର ବହୁଳ ବ୍ୟବହାର କରାଯାଉଛି।

ବ୍ୟବହାର ପ୍ରଣାଳୀ :
ଏକ କାଚ ଗିନାରେ କିଛି ଅଙ୍ଗାର ଚୁର୍ଣ୍ଣ ନିଅନ୍ତୁ। ଏଥିରେ କିଛି ଗୋଲାପ ଜଳ , ଏଲୋଭେରା ଜେଲ ଓ ଟ୍ରିଟ ଅଏଲ ସମାନ ଅନୁପାତରେ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ରଖନ୍ତୁ। ଅଧଘଣ୍ଟା ପରେ ମୁହଁକୁ ଭଲଭାବେ ଧୋଇଦିଅନ୍ତୁ। ସପ୍ତାହରେ ଥରେ ଏପରି କରିବା ଦ୍ୱାରା ବ୍ରଣ ସମସ୍ୟା ଦୂର ହେବା ସହ ତ୍ୱଚାର ଉଜ୍ଜ୍ୱଳତା ବଢ଼ିଥାଏ।
ଦାନ୍ତ ହଳଦିଆ ଦିଶୁଥିଲେ ମଧ୍ୟ ଆପଣ ଅଙ୍ଗାର ଚୁର୍ଣ୍ଣ ବ୍ୟବହାର କରିପାରିବେ। ଅଙ୍ଗାର ଚୂର୍ଣ୍ଣ ଘଷିବା ଦ୍ୱାରା , ଆପଣଙ୍କ ଦାନ୍ତର ପୂର୍ବଚମକ ଫେରିଆସିଥାଏ।
ଅଙ୍ଗାର ଚୂର୍ଣ୍ଣରେ ପାଣି ମିଶାଇ ଆପଣ ଏହାକୁ ଆଖିରେ ଅଞ୍ଜନ ରୂପେ ବ୍ୟବହାର କରିପାରିବେ।

Launching Ceremony of “AYUSHMAN BHARAT

Comments are closed.