ରାୟଗଡା : ମୁନିସିପାଲିଟି କାର୍ଯ୍ୟାଳୟରେ ଚାଷୀ ଏକତା ପରିଷଦର ସଦସ୍ୟ ତଥା ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ପ୍ରିତମ କୁମାର ଓ ରାୟଗଡା ଟାଉନ ଉପ ସଭାପତି ନିରଞ୍ଜନ ବିଡ଼ିକାଙ୍କ ନେତୃତ୍ୱରେ ମୁନିସିପାଲିଟି ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ କୋରାପୁଟ ଜିଲ୍ଲାର ଜୟପୁର ସହର ସ୍ଥିତ ଜୟପୁର ପୌରସଂସ୍ଥା ଗାଈ, ଷଣ୍ଡ ଓ ମଇଁସି ପାଳୁଥିବା ମାଲିକ ମାନଙ୍କ ପାଇଁ ଗୃହପାଳିତ ସମ୍ପଦ ରାଜରାସ୍ତାକୁ ନ ଛାଡିବା ପାଇଁ ଯୋଉଁ ଭଳି ନିୟମ ଲାଗୁ କରିଛନ୍ତି। ଠିକ ସେହି ନିୟମକୁ ଆମ ରାୟଗଡା ପୌରସଂସ୍ଥା କାର୍ଯ୍ୟାଳୟରେ ଲାଗୁକରି କଡାକୋଡ଼ି ଭାବରେ ପାଳନ କରିବାକୁ ଦାବି କରିଛନ୍ତି। ଏହିପରି ଗାଈଗରୁ ମାଇଁସିଙ୍କୁ ରାଜରାସ୍ତାରେ ଛାଡ଼ିଦେବା ଫଳରେ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ଏଥିରେ କିଛି ଲୋକଙ୍କର ଜୀବନ ମଧ୍ୟ୍ୟ ଚାଲିଯାଉଛି ।
ଏଣୁ ଚାଷୀ ଏକତା ପରିଷଦ ଜିଲ୍ଲା ସଭାପତି କହିଛନ୍ତି। କୌଣସି ବି ଗୃହପାଳିତ ପଶୁର ମାଲିକ ଗାଈ ମାଇଁସିଙ୍କୁ ସୁରକ୍ଷିତରେ ରଖୁ ନାହାନ୍ତି କ୍ଷୀର ଧୋଇଁବା ସମୟ ହେଲେ ଗାଈ ମାଇଁସିଙ୍କୁ ଖୋଜନ୍ତି ଆଉ କ୍ଷୀର ଧୁଆ ସରିଗଲେ ରାସ୍ତା ଘାଟରେ ଛାଡି ଦିଅନ୍ତି। ଏହିପରି ଅମାନିଆ ଗାଈ, ମାଇଁସି ମାଲିକମାନଙ୍କ ପାଇଁ ଯୋଥାଶିଘ୍ର ନିୟମକରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ବୁଦ୍ଧିଜୀବୀ ମାହୋଲରେ ମଧ୍ୟ୍ୟ ଚର୍ଚ୍ଚା ହେଉଛି। ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ପ୍ରତାପ ପୁଆଲା, ସମ୍ପାଦକ କଟେଶ ଗାଣ୍ଟା, ଧର୍ମେନ୍ଦ୍ର ନାଇକ, ମନୋଜ ବିଡ଼ିକା, ଜାନେଶ ବଛେଲି ସମେତ ଉପସ୍ଥିତ ଥିଲେ।

Comments are closed.