ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ଦେଖନ୍ତୁ ଘଟଣାର ଭିଡିଓ

ଭୁବନେଶ୍ୱର: ଏପ୍ରିଲ ୦୪: ଆଜି ସକାଳେ ପଳାଶୁଣି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ଜଣେ ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ ଏକ ହାଇେୱ ତିନୋଟି କାର ଓ ଗୋଟିଏ ବାଇକ୍‌କୁ ଚାପି ଦେଇଛି । ଫଳରେ ରାସ୍ତାର ଦୁଇ ପାଖରେ ଭାରୀ ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହୋଇଛି । ଏହି ଦୁର୍ଘଟଣାରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଲୋକ ଫ୍ରାଫିକ୍‌ରେ ଫସିଥିଲେ । ର୍ଦୁଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଘଟଣାର ଯାଞ୍ଚ କରୁଛି ।

ସୂଚନା ଅନୁସାରେ, ପଳାଶୁଣି ଛକ ନିକଟରେ ଜଣେ ବ୍ୟକ୍ତି ରାସ୍ତା ପାର ହେଉଲାବେଳେ, ସଂପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଏକ ହାଇେୱ ଗାଡ଼ି ଚାଳକ ସଡନ୍‌ ବ୍ରେକ୍‌ ମାରିଥିଲେ । ଏହାପରେ ଆଗରେ ଯାଉଥିବା ଏକ କାର୍‌କୁ ପଛପଟୁ ଧକା ଦେବା ପରେ ନିୟନ୍ତ୍ରଣ ହରାଇ ଅନ୍ୟ ଏକ କାର୍‌ ଓ ଏକ ବାଇକ୍‌କୁ ପଛପଟୁ ଧକା ଦେଇଥିଲେ । ଫଳରେ ପ୍ରଥମ କାର୍‌ଟି ହାୱାଇ ଗାଡ଼ି ଓ ଆଗରେ ଥିବା ଅନ୍ୟ ଏକ ଟ୍ରକ୍‌ ମଝିରେ ଚାପି ହୋଇଯାଇଥିଲା । ଏଥିରେ କାର୍‌ ଚାଳକର ମୃତୁ୍ୟ ହୋଇଛି । ଏହି ସମସ୍ତ ଘଟଣା ଛକରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏହି ଘଟଣା ମୁଖ୍ୟ ରାସ୍ତାରେ ଘଟିଥିବାରୁ ରାସ୍ତାର ଦୁଇ ପାଖରେ ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହୋଇଥିଲା । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଲୋକ ଟ୍ରାଫିକ୍‌ରେ ଫସି ରହିଥିଲେ ।

Govt

Comments are closed.