ବଲିଉଡ୍‌ରେ ଶକ୍ତି ମୋହନ

ମୁମ୍ବାଇ: ଆଜିର ଏଣ୍ଟରଟେନମେଣ୍ଟ୍‌ ଦୁନିଆରେ ଶକ୍ତି ମୋହନଙ୍କର କୌଣସି ପରିଚୟର ଆବଶ୍ୟକତା ଲୋଡ଼ା ନାହିଁ । ଡାନ୍ସରରୁ ଅଭିନେତ୍ରୀ ଓ କୋରିଓଗ୍ରାଫ୍‌ର ପାଲଟିଥିବା ଶକ୍ତି ନିଜ କ୍ୟାରିଅରରେ ବହୁତ କିଛି ହାସଲ କରିଛନ୍ତି । ସର୍ବଦା ମୁହଁରେ ହସ ରଖିଥିବା ଶକ୍ତିଙ୍କର କୌଣସି ଫିଲ୍ମ ଷ୍ଟାରଙ୍କଠାରୁ କମ୍‌ ପ୍ରଶଂସକ ନାହାନ୍ତି । ଟେଲିଭିଜନ ଜଗତର ସେ ଡ୍ୟାନ୍ସି କୁଇନ କହିଲେ ଅତୁ୍ୟକ୍ତି ହେବ ନାହିଁ । ହେଲେ ତାଙ୍କ ପାଇଁ ସାଧାରଣରୁ ସ୍ୱତନ୍ତ୍ର ହେବାର ଯାତ୍ରା ଏତେ ସହଜ ନଥିଲା । ଯଦିଓ ଆଜି ଶକ୍ତି ମୋହନ ରିୟାଲିଟି ଶୋରେ ଜଜ୍‌ ଭାବେ ନଜର ଆସୁଛନ୍ତି, କିନ୍ତୁ ଦିନେ ସେ ମଧ୍ୟ ଏକ ପ୍ରତିଯୋଗୀ ଭାବେ ଷ୍ଟେଜ୍‌ ଉପରେ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଦିନରାତି ପରିଶ୍ରମ କରୁଥିଲେ ।

ଡାନ୍ସ ଇଣ୍ଡିଆ ଡାନ୍ସର ସିଜିନ-୨ରୁ ନିଜ ଡ୍ୟାନ୍ସିଂ କ୍ୟାରିଅର ଆରମ୍ଭ କରିଥିବା ଶକ୍ତି ଅନେକ ବଲିଉଡ୍‌ ଫିଲ୍ମର ଆଇଟମ ଗୀତରେ ନିଜ ନୃତ୍ୟର ଜଲୱା ଦେଖାଇଛନ୍ତି । ସେ କେବଳ ଡାନ୍ସରେ ଭଲ ନୁହେଁ ବରଂ ପାଠପଢ଼ାରେ ମଧ୍ୟ ଭଲ ଛାତ୍ରୀ ଥିଲେ । ତେଣୁ ସେ ଆଇଏସ ଅଫିସର ହେବାକୁ ଇଚ୍ଛା ରଖିଥିଲେ କିନ୍ତୁ ତାଙ୍କ ଭାଗ୍ୟରେ ଜଣେ ପ୍ରତିଭାଶାଳୀ ନୃତ୍ୟଶିଳ୍ପୀ ହେବାର ହିଁ ଲେଖାଥିଲା । ଡାନ୍ସ ଇଣ୍ଡିଆ ଡାନ୍ସର ବିଜେତା ହେବା ପରେ ଝଲକ୍‌ ଦିଖଲା ଜା ପରି ଅନେକ ପପୁଲାର ଡ୍ୟାନ୍ସ ରିୟାଲିଟି ଶୋରେ ସାମିଲ ହୋଇଥିଲେ ଏବଂ ତାଙ୍କର ଚମତ୍କାର ଡାନ୍ସ ମୁଭ୍‌ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।

ଏହାପରେ ସେ ଧୀରେଧୀରେ ତାଙ୍କ କ୍ୟାରିଅରରେ ଆଗକୁ ବଢ଼ିବାରେ ଲାଗିଲେ । ତୀସ ମାର୍‌ ଖାଁ, ରାଉଡି ରାଠୋର୍‌ ଏବଂ କାଞ୍ଚି ପରି ଫିଲ୍ମରେ ଆଇଟମ ଡାନ୍ସର ଭାବେ ନଜର ଆସିଥିଲେ । ଏହା ବ୍ୟତୀତ ପଦ୍ମାବତ ଏବଂ ଶମଶେରା ଫିଲ୍ମରେ କୋରିଓଗ୍ରାଫର ଭାବେ କାମ କରିଛନ୍ତି । ଶକ୍ତି କେବଳ ଏକ ଡାନ୍ସର ନୁହେଁ ବରଂ ଯୁବପିଢିଙ୍କ ପାଇଁ ସେ ଜଣେ ବଡ଼ ଇନଫ୍ଲìଏନ୍ସର ପାଲଟିଛନ୍ତି । ରିୟାଲିଟି ଶୋରେ ତାଙ୍କର ପ୍ରେଜେନ୍ସ ଫ୍ୟାନମାନଙ୍କୁ ବହୁତ ପସନ୍ଦ ଆସିଥାଏ । ମଙ୍ଗଳବାର ଶକ୍ତି ମୋହନ ତାଙ୍କର ୩୬ତମ ଜନ୍ମଦିନ ପାଳନ କରିଛନ୍ତି । ଶକ୍ତିଙ୍କର ଜନ୍ମ ୧୨ ଅକେଫାବର ୧୯୮୫ ମସିହାରେ ଦିଲ୍ଲୀରେ ହୋଇଥିଲା । ତାଙ୍କ ଭଉଣୀ ନୀତି ମୋହନ ଏବଂ ମୁକ୍ତି ମୋହନ ମଧ୍ୟ ବେଶ୍‌ ପପୁଲାର । ନୀତି ମୋହନ ଇଣ୍ଡଷ୍ଟ୍ରୀର ଜଣେ ଅଗ୍ରଣୀ କଣ୍ଠଶିଳ୍ପୀ ଭାବେ ପରିଚିତ ।

Comments are closed.