ପୋଲିସକୁ ଗୁଳି କରି ଆପ ବିଧାୟକ ଫେରାର

0

ପଞ୍ଜାବ : ପୋଲିସକୁ ଗୁଳି କରି ଜେଲରୁ ଫେରାର ହୋଇଗଲେ ଆପ୍ ବିଧାୟକ ହରମିତ ସିଂ ପଠାଣମାଜରା । ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଥାନାକୁ ଯିବାବେଳେ ହରମିତ ସିଂଙ୍କ ସହଯୋଗୀ ମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇ ହରମିତ ସିଂଙ୍କୁ ଏକ ଏସୟୁଭି ଗାଡ଼ିରେ ନେଇ ଫେରାର ହୋଇଯାଇଥିଲେ ।

ଘଟନାନୁସାରେ, ଅଗଷ୍ଟ ୨୫ ରେ ଜଣେ ମହିଲାଙ୍କ ଭିଡିଓ ଲିକ୍ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗରେ ସନୌରର ବିଧାୟକ ହରମିତ୍ ସିଂହ ପଠାଣମାଜରାଙ୍କୁ ଗିରଫ କରିବାକୁ ପରୱାନା ଜାରି କରାଯାଇଥିଲା । ଗିରଫ ହେବାର ଖବର ପାଇବା ପରେ ପଠାଣମାଜରା ପଞ୍ଜାବରୁ ହରିୟାଣାକୁ ପଳାଇ ସେଠାରେ ଲୁଚି ରହିଥିଲେ । ଆଜି ଭୋରରୁ କରନାଲରେ ଗିରଫ କରାଯାଇଥିଲା। ସ୍ଥାନୀୟ ପୋଲିସ ଷ୍ଟେସନକୁ ଅଣାଯାଉଥିବା ବେଳେ ରାସ୍ତାରେ ପଠାଣମାଜରା ଏବଂ ତାଙ୍କ ସହଯୋଗୀମାନେ ପୋଲିସ ଉପରେ ଗୁଳି ଚଳାଇ ହ୍ରମିତ ସିଂଙ୍କୁ ପୋଲିସ ହେପାଜତରୁ ଖସାଇ ନେଇଥିଲେ । ଏପରି କି ବିଧାୟକ ଏକ ଏସୟୁଭିରେ ଫେରାର ହେବା ସମୟରେ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଯାହା ଫଳରେ ସମ୍ପୃକ୍ତ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ବିଧାୟକ ଏବଂ ତାଙ୍କ ସାଥିମାନେ ଦୁଇଟି SUV, ଗୋଟିଏ ସ୍କୋର୍ପିଓ ଏବଂ ଗୋଟିଏ ଫର୍ଚୁନରରେ ପଳାଇଥିଲେ। ତେବେ ପୋଲିସ ଫର୍ଚୁନରକୁ ଅଟକାଇଥିବାବେଳେ , ପଠାଣମାଜରା ଅନ୍ୟ ଗାଡ଼ିରେ ପଳାଇ ଯାଇଥିଲେ । ପୋଲିସ ଟିମ୍ ବିଧାୟକଙ୍କ ପିଛା କରିଛି ।

ଏକ ଦୁଷ୍କର୍ମ ମାମଲାରେ ହରମିତଙ୍କୁ ପଟିଆଲାରେ ଅଟକ ରଖାଯାଇଥିଲା। ତାଙ୍କୁ ଅଟକ ରଖାଯିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଦଳର ମୁଖ୍ୟକୁ ସାମାଜିକ ଗଣମାଧ୍ୟମରେ କଡ଼ା ସମାଲୋଚନା କରିଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ନିଜ ସରକାର ବିରୋଧରେ ସ୍ଵର ଉତ୍ତୋଳନ କରିବାରୁ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହା ସହିତ ସେ ନିଜ ସମର୍ଥକଙ୍କୁ ବହୁ ସଂଖ୍ୟାରେ ପଟିଆଲାରେ ଏକାଠି ହେବାକୁ କହିଥିଲେ। ପୁଲିସ ତାଙ୍କୁ ଥାନାକୁ ନେବା ସମୟରେ ସମର୍ଥକମାନେ ପୁଲିସ ଉପରକୁ ଗୁଳି କରି ହରମିତଙ୍କୁ ଛଡ଼ାଇ ନେଇଥିଲେ।

Govt
Leave A Reply

Your email address will not be published.