ନୂଆଦିଲ୍ଲୀ : ଜେଲ ରେ ଥାଇ ବି ନେତାଙ୍କୁ ମିଳୁଛି ରାଜକୀୟ ସେବା I ଚାଲିଛି ଦେହ ଘସା ମୋଡା I ନେତା ଜଣଙ୍କ ଶୋଇ ଶୋଇ ଖବର କାଗଜ ପଢୁଥିବାବେଳେ ଜଣେ କର୍ମଚାରୀ ତାଙ୍କ ସହିତ କଥା ହୋଇ ହୋଇ ମାଲିସ କରୁଛନ୍ତି I ପିଠି,ପେଟ ଗୋଡ,ହାତ ସବୁ ଘସା ଚାଲିଛି I ପାଖରେ ରହିଛି କିଛି ଆରାମ ଦାୟକ ତକିଆ I ତେବେ ଏହା ଜେଲ ଭଳି ମୋଟେ ଦେଖା ନ ଯାଇ ଘରର ବୈଠକ ଖାନା ଭଳି ଦେଖା ଯାଉଛି I ଜେଲ ରେ ଥିବା ସିସିଟିଭି ଫୁଟେଜ ରେ ଏହା ଖୁଲାସା ହୋଇଛି I ତିହାର ଜେଲ୍ ଭିତରୁ ସାମ୍ନାକୁ ଆସିଛି ଏଭଳି କିଛି ଭିଡିଓ, ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମ୍ନାକୁ ଆସିଥିବା ଭିଡିଓରେ ସତ୍ୟେନ୍ଦ୍ର ଜୈନ୍ ଖଟ ଉପରେ ଶୋଇଥିବା ନଜର ଆସିଛନ୍ତି Iଦିଲ୍ଲୀର କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡରିଂ ମାମଲାରେ ଗତ ମେ ମାସରୁ ତିହାର ଜେଲରେ ରେ ଅଛନ୍ତି I ଜେଲ ଭିତରେ ଥାଇ ପଞ୍ଚତାରକା ହୋଟେଲ ର ସୁବିଧା ପାଉଛନ୍ତି I ଏନେଇ ଆପ୍ ସରକାରକୁ ଟାର୍ଗେଟ କରିଛି ବିଜେପି ଓ କଂଗ୍ରେସ ।
ଏହି ଭିଡିଓକୁ ନେଇ ବିଜେପି ଆମ୍ ଆଦମୀ ପାର୍ଟି ଉପରେ ଜୋରଦାର ବର୍ଷିଛି। ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆପ୍ ସରକାର ଜେଲ୍ ନିୟମର ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଜେଲ୍ ଭିତରେ ସତ୍ୟେନ୍ଦ୍ର ଜୈନ୍କୁ ପୂରା ଭିଆଇପି ସୁବିଧା ଦିଆଯାଉଥିବା ସେ କହିଛନ୍ତି। ଜେଲ୍ରେ ଥିବା ମନ୍ତ୍ରୀଙ୍କୁ ‘ଭିଭିଆଇପି’ ଚର୍ଚ୍ଚା ଯୋଗାଇ ଦେବା ଅଭିଯୋଗରେ ତିହାର ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ନିଲମ୍ବନ କରିବାର କିଛି ଦିନ ପରେ ‘ବିଜେପି’ ନେତାମାନେ ଉପରୋକ୍ତ ଭିଡିଓ ସେୟାର୍ କରିଛନ୍ତି। ସୁପରିଣ୍ଟେଣ୍ଡେଣ୍ଟ୍ ଜେଲ୍ରେ ଜୈନ୍ଙ୍କୁ ସୁଖସୁବିଧା ଯୋଗାଇ ଦିଆଯାଉଥିବା କଥା କନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖର ଅଭିଯୋଗ କରିବା ପରେ ଦିଲ୍ଲୀ ଉପରାଜ୍ୟପାଳ ତଦନ୍ତ କମିଟି ଗଠନ କରିଥିଲେ। ଉକ୍ତ କମିଟିର ଅନୁମୋଦନକ୍ରମେ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ନିଲମ୍ବନ କରାଯାଇଥିଲା।
ଏହା ପୂର୍ବରୁ ସତ୍ୟେନ୍ଦ୍ର ଜୈନ୍ଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ନିଜ ଅଭିଯୋଗ ଦାଖଲ କରିଥିଲା। ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲ୍ରେ ସ୍ପେଶାଲ ଟ୍ରିଟ୍ମେଣ୍ଟ ଦିଆଯାଉଥିବା ଇଡି ନିଜ ଅଭିଯୋଗରେ କହିଥିଲା। ସତ୍ୟେନ୍ଦ୍ର ଜୈନଙ୍କ ସହ ସମ୍ବନ୍ଧିତ ସମସ୍ତ ଡାଟା ଗୃହମନ୍ତ୍ରାଳୟକୁ ମଧ୍ୟ ପଠାଇଥିଲା ଇଡି।
ତିହାର୍ ଜେଲ୍ ତରଫରୁ କୁହାଯାଇଛି ଯେ, ଏହି ଭିଡିଓଟି ପୁରୁଣା। ଜେଲ୍ କର୍ତ୍ତୃପକ୍ଷମାନେ ଏଥିରେ ସମ୍ପୃକ୍ତ ଥିବା ଅଧିକାରୀ ଓ ଜେଲ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାରିଛି।
ଆଜିର ଭିଡିଓ ଉପରେ ପ୍ରତିକ୍ରିୟା ବ୍ୟକ୍ତକରି ‘ଆପ୍’ କହିଛି, ଶାରୀରିକ ଜଟିଳତା ଯୋଗୁଁ ଜେଲ୍ ଭିତରେ ସବୁ ପ୍ରକାରର ଚିକିତ୍ସା ନିମନ୍ତେ ଅଦାଲତ ଆଦେଶ ଦେଇଛନ୍ତି। ଔଷଧ ସହିତ ‘ଆକ୍ୟୁପ୍ରେସର୍’ (ମସେଜ୍) ହେଉଛି ଏହି ଚିକିତ୍ସାର ଅଂଶବିଶେଷ।
So instead of Sazaa – Satyendra Jain was getting full VVIP Mazaa ? Massage inside Tihar Jail? Hawalabaaz who hasn’t got bail for 5 months get head massage !Violation of rules in a jail run by AAP Govt
This is how official position abused for Vasooli & massage thanks to Kejriwal pic.twitter.com/4jEuZbxIZZ
— Shehzad Jai Hind (@Shehzad_Ind) November 19, 2022
Comments are closed.