‘ଆମ ସାଥି’ ଚାର୍ଟବଟ ଲୋକାର୍ପିତ

ଭୁବନେଶ୍ୱର : ଆମ ସାଥି ଚାର୍ଟବଟ ଲୋକାର୍ପିତ । ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଏଣିକି ହାତପାଆନ୍ତାରେ ମିଳିବ ସରକାରୀ ସେବା। ହ୍ଵାଟ୍ସଆପ (୯୪୩୭୨୯୨୦୦୦) ଚାର୍ଟ ମାଧ୍ୟମରେ ସରକାର ଯୋଗାଇଦେବେ ଏସବୁ ସେବା । ଗୋଟିଏ କ୍ଲିକ୍‌ରେ ଘରେ ବସି ପାଇପାରିବେ ୧୩୨ ପ୍ରକାରର ସରକାରୀ ସୁବିଧା । ଆଉ ସରକାରୀ ଅଫିସ ଦୌଡ଼ି ନୟାନ୍ତ ହେବାକୁ ପଡିବ ନାହିଁ । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆରମ୍ଭ ହେଲା ‘ଆମ ସାଥୀ ୟୁନି ଫାଏଡ ହ୍ବାଟ୍‌ସଅପ୍’। ଏଥିରେ ଆୟ ପ୍ରମାଣପତ୍ର, ଜନ୍ମ ମୃତ୍ୟୁ ପଞ୍ଜୀକରଣ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ,, ଆର୍ନ୍ତଜାତି ବିବାହରୁ ଲାଭ, ଆର୍‌ଟିଓ ସେବା ଆଦି ଉପଲବ୍ଧ ହେବ।

ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ ବିଭାଗର ୧୩୨ଟି ସେବା ପାଇଁ ଆବେଦନ କରିହେବ । ପରବର୍ତ୍ତୀ ମୁହୂର୍ତ୍ତରେ ଅନ୍ୟ ସେବା ଗୁଡ଼ିକୁ ସାମିଲ କରାଯିବ । ୨୦୨୫ ଶେଷ ସୁଦ୍ଧା, ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ଅଧିସୂଚିତ ସମସ୍ତ ସାର୍ବଜନୀନ ସେବା ଏକକ ହ୍ବାଟ୍‌ସଆପ୍ ବଟ୍ ମାଧ୍ୟମରେ ଯୋଗାଇ ଦିଆଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜଣେ ବ୍ୟକ୍ତି ଇଂରାଜୀ କିମ୍ବା ଓଡ଼ିଆରେ ଲେଖି ହ୍ବାଟ୍‌ସଆପ୍ରେ ସମସ୍ତ ସରକାରୀ ସେବାରୁ ଉପକୃତ ହୋଇପାରିବେ । ଓଡ଼ିଆ ବା ଇଂରାଜୀ ଲେଖି ଜାଣିନଥିବା ଲୋକମାନେ ଭାରତ ସରକାରଙ୍କ ‘ଭାଷିନୀ ପ୍ଲାଟଫର୍ମ’ ବ୍ୟବହାର କରି ନିଜର କଣ୍ଠସ୍ବର ମାଧ୍ୟମରେ ଏହି ସେବା ପାଇପାରିବେ । ମେଟା ଇଣ୍ଡିଆ ସହ ମିଶି ସାଧରଣ ପ୍ରଶାସନ ବିଭାଗ ଏହି ପଦକ୍ଷେପ ନେଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

Launching Ceremony of “AYUSHMAN BHARAT

Comments are closed.