ମୁମ୍ବାଇ : ଟେଲିଭିଜନ ପରଦାର ଲୋକପ୍ରିୟ ଅଭିନେତ୍ରୀ ଆକାଂକ୍ଷା ସିଂହ ବଡ଼ ପରଦାରେ ମଧ୍ୟ ପ୍ରଶଂସା ସାଉଁଟିଛନ୍ତି । ଓଟିଟିରେ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଆକାଂକ୍ଷଙ୍କ ଅଭିନୟକୁ ମଧ୍ୟ ଦର୍ଶକୀୟ ସ୍ୱୀକୃତି ମିଳିଛି । ବଲିଉଡ୍ ସହ ସାଉଥ୍ ଇଣ୍ଡଷ୍ଟ୍ରୀରେ ଆକାଂକ୍ଷା ସକ୍ରିୟ ରହିଛନ୍ତି । ଏହାରି ମଧ୍ୟରେ ସେ ବଲିଉଡ୍ର ବଡ଼ ବଡ଼ ଷ୍ଟାରଙ୍କ ସହ ସ୍କ୍ରିନ ସେୟାର କରି ନିଜ କ୍ୟାରିଅରରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ।

ସେ ଅଜୟ ଦେବଗନ, ଅମିତାଭ ବଚ୍ଚନ, ରକୁଲ ପ୍ରୀତି ସିଂହ ଏବଂ ଅଙ୍ଗିରା ଧରଙ୍କ ସହ ଫିଲ୍ମ ‘ରନ୍େୱ ୩୪’ରେ ନଜର ଆସିଛନ୍ତି । ଏହି ଫିଲ୍ମ ତାଙ୍କ ପାଇଁ ବହୁତ ସ୍ପେଶାଲ ବୋଲି ଆକାଂକ୍ଷା ଏକ ସାକ୍ଷାତକାରରେ କହିଛନ୍ତି । ସେ କହିଛନ୍ତି, ଅଜୟ ଦେବଗନ ଏବଂ ଅମିତାଭ ବଚ୍ଚନଙ୍କ ପରି ବରିଷ୍ଠ କଳାକାର ସୁଟିଂରେ ଆହତ ହେବା ସମୟରେ ତାଙ୍କର ଘର ପରି ଧ୍ୟାନ ରଖିଥିଲେ ।

ଫିଲ୍ମରେ ଅଜୟ ଦେବଗନଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି । ଏହାସହ ସେଟ୍ ଉପରେ ଅଜୟ ଦେବଗନ ଏବଂ ଅମିତାଭ ବଚ୍ଚନଙ୍କ କାମକୁ ଦେଖି ସେ ବହୁତ କିଛି ଶିଖିଛନ୍ତି ବୋଲି କହିଛନ୍ତି । ରାଜସ୍ଥାନରେ ଜନ୍ମିତା ଆକାଂକ୍ଷା ତାଙ୍କ କ୍ୟାରିଅର ପ୍ରଥମେ ଥିଏଟରରୁ ଆରମ୍ଭ କରିଥିଲେ ।

ଏହାପରେ ସେ ଟେଲିଭିଜନ ଧାରାବାହିକ ‘ନା ବୋଲେ ତୁମ୍ ନା ମେନେଁ କୁଛ୍ କହା’ରୁ ଡେବୁ୍ୟ କରିଥିଲେ । ପ୍ରଥମ ସିରିୟଲ ପାଇଁ ସେ ଇଣ୍ଡିଆନ ଟେଲି ଆୱାର୍ଡରେ ସମ୍ମାନିତ ହୋଇଥିଲେ । ଛୋଟ ପରଦାରେ ଜଲୱା ଦେଖାଇବା ପରେ ଆକାଂକ୍ଷା ଫିଲ୍ମ ମୁହାଁ ହୋଇଥିଲେ । ୨୦୧୭ରେ ବଦ୍ରିନାଥ କି ଦୁଲହନିଆରେ ଫିଲ୍ମ ପଦାର୍ପଣ କରିଥିଲେ । ସେହିବର୍ଷ ତେଲୁଗୁ ଫିଲ୍ମରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରି ସକାରାତ୍ମକ ପ୍ରତିକ୍ରିୟା ପାଇଥିଲେ ।

ଏହାର ଦୁଇ ବର୍ଷ ପରେ କନ୍ନଡ ଫିଲ୍ମ ‘ପାଇଲୱାନ’ରେ ଅଭିନୟର ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ । ସେହିପରି ପପୁଲାର େୱବସିରିଜ୍ ‘ପରମ୍ପରା’ରେ କାମ କରି ଓଟିଟି ଦୁନିଆର ଜଣେ ଜଣାଶୁଣା ଚେହେରା ପାଲଟିଛନ୍ତି ।

Comments are closed.