ଭୁବନେଶ୍ୱର: ଜୁନ ୨୭: ବାଇକ ଚଲଉ ଚଲଉ ଜଳିଗଲେ ଯୁବକ । ରାଜଧାନୀରେ ଦୁଇ ଦୁଇଟି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ମହାରାଜା ଫିଲ୍ମ ହଲ୍ ନିକଟରେ ଦୁଇ ଦୁଇଟି ଅଘଟଣ ଘଟିଛି । ବାଇକ୍ ସହ ଜଳି ଗଲେ ଯୁବକ । ରାଜପଥରେ ଜଣେ ଯୁବକଙ୍କ ସହ ତାଙ୍କ ବାଇକ୍ ଜଳିଯାଇଥିବା ଦେଖିବାକୁ ମିଳିଛି । ହେଲେ କେଉଁ ପରିସ୍ଥିତିରେ କିଭଳି ଯୁବକ ଜଣକ ପୋଡିଗଲେ ତାହା ସ୍ପଷ୍ଟ ହୋଇନି । ଏହାସହ ଯୁବକଙ୍କ ପରିଚୟ ମିଳିପାରିନି । ପୋଲିସ ପୋଡା ବାଇକ ଜବତ କରିବା ସହ ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ସେହି ସ୍ଥାନର ରାସ୍ତାର ଅପରପାଶ୍ୱର୍ରେ ଆଉ ଏକ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ହାଇୱା ଧMାରେ ଏକ ଟାଟା ଏସରେ ଥିବା ଜଣେ ବାଳକ ସମେତ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ଏବଂ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ସୂଚନା ମିଳିଛି ।
Comments are closed.