ବ୍ରହ୍ମପୁର : ନାଲି ପାଣି ଟିକେ ପେଟରେ ପଡିଗଲେ ମଣିଷ କଣ ନ କରେ I ବେଳେ ବେଳେ ଏମିତି କାଣ୍ଡ ସବୁ କରିବସେ କି ନିଜକୁ ମରଣ ମୁହଁକୁ ଠେଲି ଦେଇଥାଏ I ଏଇଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁରରେ I ଆଜି ସକାଳ ୯ ଟା ବେଳେ ଜଣେ ନିଶାଶକ୍ତ ଯୁବକ ସହରର ବିଜୁ ପଟ୍ଟନାୟକ ପାର୍କ ନିକଟରେ ଏକ ବ୍ଲେଡ ରେ ନିଜ ବେକ କାଟି ଦେଇ ତଳେ ପଡିଯାଇଥିଲେ I ଏହାପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ରେ ଭର୍ତି କରାଯାଇଛି I ଚିକିତ୍ସାଧୀନ ଯୁବକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କ ପରିଚୟ ଜଣାପଡ଼ିନି। ସେହିପରି ବେକ କାଟିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି I
Comments are closed.