ଭଦ୍ରକ : ଦିନକୁ ଦିନ ଯାତ୍ରାରେ ବଢି ଚାଲିଛି ଅଶ୍ଳୀଳତା I ଯାତ୍ରା ପାର୍ଟି ଗୁଡିକରେ ହେଉଥିବା ନଗ୍ନ ନୃତ୍ୟରେ ରହୁନାହିଁ କାହାରି ଅଙ୍କୁଶ I ଫଳରେ ପରିବାର ସହିତ ଯାତ୍ରା ଦେଖିବାକୁ ଆସିଥିବା ଲୋକମାନେ ଅପ୍ରୀତିକର ପରିସ୍ଥିର ସାମ୍ନା କରୁଛନ୍ତି I ଏହିଭଳି ଏକ ଘଟଣା ଘଟିଛି ଭଦ୍ରକ କାଳୀପୂଜା ମଣ୍ଡପ ନିକଟରେ I
କାଳୀପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଯାତ୍ରା ପରିବେଷଣ ହେଉଥିଲା । ଚରମ୍ପା ଅଞ୍ଚଳରେ ଯାତ୍ରା ରାଜ ନନ୍ଦିନୀ ଯାତ୍ରା ପରିବେଷଣ କରୁଥିଲା I ପରିବେଷଣ କରାଯାଉଥିବା ଯାତ୍ରାରେ ହୋଇଥିଲା ଖଚାଖଚ୍ ଭିଡ଼। ଯାତ୍ରା ଷ୍ଟେଜ ରେ ଚାଲୁଥିଲା ଅଶ୍ଳୀଳ ଉଦ୍ଦଣ୍ଡ ନୃତ୍ୟ I ଏହା ଦେଖି ଜଣେ ମହିଳା ନର୍ତକୀଙ୍କ ଉପରକୁ କରିଛନ୍ତି ଚପଲ ମାଡ଼ I ମହିଳା ଜଣକ ଅତ୍ୟନ୍ତ ଉତ୍ତେଜିତ ହୋଇ ଷ୍ଟେଜ ଉପରକୁ ଚଢ଼ିଯାଇ ହଂଗାମା କରୁଥିବାର ଦେଖା ଯାଇଥିଲା I ଫଳରେ କିଛି ସମୟ ପାଇଁ ଆୟୋଜକ ମାନେ ନୃତ୍ୟ ପରିବେଷଣ ବନ୍ଦ ରଖିଥିଲେ I ତେବେ ଷ୍ଟେଜ ଉପରେ ନର୍ତ୍ତକୀ ଜଣକ ଥିଲେ ଯାତ୍ରା ଆଇଟମ୍ ଗାର୍ଲ ରାଣୀ ପ୍ରିୟଦର୍ଶିନୀ । ଯାତ୍ରା ଗୁଡିକରେ ହେଉଥିବା ନଗ୍ନତା ପାଇଁ କେବଳ କଳାକାର ମାନେ ଦାୟୀ ନୁହନ୍ତି ,ଏଥିପାଇଁ ସମ ପରିମାଣରେ ଦୋଷୀ ହେଉଛନ୍ତି ଆୟୋଜକ ମାନେ I ଶସ୍ତା ଲୋକପ୍ରିୟତା ଏବଂ ଦି ପଇସା ଅଧିକ ରୋଜଗାର ପାଇଁ ସେମାନେ ନଗ୍ନତାକୁ ଖୋଲାଖୋଲି ଭାବରେ ପ୍ରଚାର କରୁଛନ୍ତି I

Comments are closed.