ପୁରୀ: ଶ୍ରୀମନ୍ଦିର ରୁ ପୁଣି ଖସିଲା ପଥର। ଜଗମୋହନ ବାହାର ପାର୍ଶ୍ୱ ମୁଦୁଲି ଦ୍ବାର ନିକଟ ମାଜଣା ମଣ୍ଡପ ଚର୍ଚ୍ଚା ଘରୁ ପଥର ଖସିଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟା ସମୟରେ ଜେଟିପି ଚର୍ଚ୍ଚାଘର ବାହାର ପାର୍ଶ୍ୱରୁ ଗୋଟିଏ ଛୋଟ ପଥର ଖସିଥିଲା। ଏନେଇ ଏଏସ୍ଆଇକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା। ତେବେ ପଥରଟିର ଓଜନ କେତେ ହେବ ଏଏସ୍ଆଇକୁ ପକ୍ଷରୁ ସେନେଇ ସୂଚନା ଦିଆଯାଇ ନାହିଁ। ପଥରଟିର ଓଜନ ୨ରୁ୩ କିଲୋ ହେବ ବୋଲି ଅନୁମାନ କରାଯାଉଛି। ମାଙ୍କଡ଼ମାନେ ବିଭିନ୍ନ ସମୟରେ ଏହା ଉପରକୁ ଡେଉଁଥିବାରୁ ଏଭଳି ପଥର ଖସିଥିବା ଅନୁମାନ କରିଛି ଏଏସଆଇ। ହେଲେ ପ୍ରକୃତ କାରଣ ଜଣାପଡ଼ିନାହିଁ। ଅନ୍ୟପଟେ କାଳୀପୂଜା ପୂର୍ବ ଦିନ ଅର୍ଥାତ ଗତ ୨୩ ତାରିଖ ମଧ୍ୟ ବଡ଼ଦେଉଳରୁ ପଥର ଖସିଥିଲା । ଯାହାର ଓଜନ ୨୦ କେଜି ଥିଲା I
ସେହିପରି ଗତ ଅଗଷ୍ଟ ମାସରେ ଶ୍ରୀମନ୍ଦିର ଗର୍ଭଗୃହରୁ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିଲା। ପ୍ଳାଷ୍ଟରଟିକୁ ବଡ ଠାକୁର ଶ୍ରୀ ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଥିଲା। ପ୍ଳାଷ୍ଟରଟି ଖସିବା ପରେ ଗୁଣ୍ଡ ହୋଇଯାଇଥିଲ। ହେଲେ ତାହା ଏପର୍ଯ୍ୟନ୍ତ ମରାମତି ହୋଇନାହିଁ। ଏବେ ପୁଣି ଶ୍ରୀମନ୍ଦିରରୁ ପଥର ଖସିବା ପରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବେଚୀ ସୃଷ୍ଟି ହୋଇଛି।ପଥର ଖସିବା ଘଟଣାକୁ ଉନ୍ନୟନ ପ୍ରଶାସକ ଅଜୟ ଜେନା ସ୍ୱୀକାର ମଧ୍ୟ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଗତ ୨୩ ତାରିଖରେ ବଡ଼ଦେଉଳରୁ ପଥର ଖସିଥିଲା । ଜଗମୋହନ ବାହାରପଟ ଚର୍ଚ୍ଚା ଘର ଉପରୁ ପଥର ଖସିଛି । ଏ ବିଷୟରେ ASIକୁ ଅବଗତ କରାଯାଇଛି ।

Comments are closed.