ଓଡ଼ିଶାରେ ପ୍ରଥମଥର ECMO ସପୋର୍ଟରେ ହେଲା ବିରଳ ଅପରେସନ୍

କଟକ : କଟକ : ଓଡିଶା ଚିକିତ୍ସା ବିଜ୍ଞାନରେ ଆଉ ଏକ ଆଧ୍ୟାୟ ଯୋଡିହେଲା I ECMO ମେସିନ ସପୋର୍ଟରେ ହେଲା ବିରଳ ଅପରେସନ I ଏହି ବିରଳ ଅପରେସନ ପ୍ରଥମ ଥର ପାଇଁ ଏସସିବି ମେଡିକାଲରେ ସଫଳ ହୋଇଛି । ଏକ୍‍ମୋ ସହାୟତାରେ ଏକ ଜଟିଳ ଅସ୍ତ୍ରୋପଚାର କାର୍ଡିଓ ଥୋରାସିସ୍‍- ବିଭାଗର ଡାକ୍ତରଙ୍କ ଦ୍ୱାରା କରାଯାଇଛି । ଦେବଗଡ଼ ଅଞ୍ଚଳର ୨୧ ବର୍ଷ ବୟସର ଜଣେ ଯୁବକର ଶ୍ୱାସନଳୀରୁ ଇକମୋ ମେସିନ ସହାୟତାରେ ଅପରେସନ କରି ଟ୍ୟୁମର ବାହାର କରାଯାଇଛି। ବର୍ତ୍ତମାନ ରୋଗୀ ଜଣକ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବକ, ଦେବଗଡ଼ ବାରକୋଟ ଦଣ୍ଡାସିଂଘାର ୨୧ ବର୍ଷ ବୟସ୍କ ରିଙ୍କୁ ଲୋହରାଙ୍କ ଶ୍ୱାସନଳୀରେ ଟ୍ୟୁମର୍‌ ବୃଦ୍ଧି ପାଇଥିଲା। ଫଳରେ ସେ ନିଃଶ୍ବାସପ୍ରଶ୍ୱାସ ନେବାରେ ସମସ୍ୟା ଭୋଗୁଥିଲେ। ମାର୍ଚ୍ଚ ୨୯ ତାରିଖରେ ପ୍ରଥମେ ସେ ପ୍ଲୁମ୍‌ନାରୀ ମେଡ଼ିସିନ୍‌ ବିଭାଗରେ ଭର୍ତ୍ତି ହୋଇଥିଲେ। ଶ୍ୱାସନଳୀରେ ଟ୍ୟୁମର୍‌(ଟ୍ରିକିଆ) ଥିବା ଜଣାପଡ଼ିବା ପରେ ଗତ ୫ ତାରିଖ ତାଙ୍କୁ କାର୍ଡିଓଥୋରାସସ‌ (ସିଟିଭିଏସ୍) ବିଭାଗରେ ଭର୍ତ୍ତି କରାଯାଇଥିଲା। ଶ୍ୱାସନଳୀରେ ଟ୍ୟୁମରା ଥିବାରୁ ତାଙ୍କୁ ନିଶ୍ଚେତକ ଦେବ ସମ୍ଭବ ନଥିଲା । ତେଣୁ ଏକମୋ ମେସିନ୍ ର ସହାୟତା ନେବାକୁ ପଡିଥିଲା । ପ୍ରଥମଥର ଏକମୋ ମେସିନ ସପୋର୍ଟରେ ଅପରେସନ୍ କରି ଡାକ୍ତରମାନେ ସଫଳତା ପାଇଛନ୍ତି । ଏକ୍‍ମୋ ଯନ୍ତ୍ର ସହାୟତାରେ ଫୁସ୍‍ଫୁସ୍‍କୁ ବାହାରକୁ କଢ଼ାଯାଇ ଅମ୍ଳଜାନ ଯୋଗାଇ ଦିଆଯିବା ପରେ ଟ୍ୟୁମର ଅସ୍ତ୍ରୋପଚାର କରାଯାଇଥିଲା ।

ତେବେ ଆଗକୁ ଆହୁରି ଅଧିକ ରୁ ଅଧିକ ଅପରେସନ ଏସୀୟ ମେସିନ ସହାୟତାରେ କରାଯିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ । କଟକ ଏସସିବି ମେଡିକାଲ ରେ ୯ ଟି ଇକମୋ ମେସିନ ରହିଥିଲା ବେଳେ କୋଭିଡ ପରେ ଏହି ବ୍ୟବହାର ହେଉନଥିଲା ।

ଏସସିବି ମେଡିକାଲ ବିଭାଗୀୟ ମୁଖ୍ୟ, କାର୍ଡିଓଥୋରାସିସ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ କହିଛନ୍ତି,ଏହି ଏ କମୋ ମେସିନଟି ଖାଲି କୋଭିଡ ରୋଗୀଙ୍କ ପାଇଁ ବ୍ୟବହାର କରାଯାଏ ନାହିଁ। ଅନ୍ୟ ରୋଗର ମଧ୍ୟ ଚିକିତ୍ସା କରାଯାଇଥାଏ। ଯେପରି ନଦୀରେ ବୁଡ଼ି ଯିବା ଫଳରେ ପାଣି ପଶି ଫୁସଫୁସ୍ ଖରାପ ହୋଇଯିବା, ନିମୋନିଆରେ ଫୁସଫୁସ୍ ଖରାପ ହୋଇଯିବା, ହାର୍ଟ ଟ୍ରାନ୍ସପରେଣ୍ଟ ଓ ଫୁସଫୁସ୍ ଟ୍ରାନ୍ସପରେଣ୍ଟ କ୍ଷେତ୍ରରେ ଇକମୋ ମେସିନଟି ବ୍ୟବହାର କରାଯାଇଥାଏ। ଏହି ବିରଳ ଅପରେସନ୍ରେ ସିଟିଭିଏସ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ସହ ଡାକ୍ତର ଚିତ୍ତରଞ୍ଜନ ଥଟୋଇ, ଡାକ୍ତର ଦେବାଶିଷ, ଡାକ୍ତର ସୁବ୍ରତ ଓ ଟିମ୍‌ ଏସ୍‌ସିବିରେ ଏହି ସଫଳ ଅସ୍ତ୍ରୋପଚାର କରିଥିଲେ।

Launching Ceremony of “AYUSHMAN BHARAT

Comments are closed.