ସୁନ୍ଦରଗଡ : ରାଜ୍ୟରେ ମାଡିଚାଲିଛି ସ୍କ୍ରବ ଟାଇଫସ I ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ୍ ଜନିତ ଜଣକ ମୃତ୍ୟୁ ଘଟିଛି I ଏନେଇ ଭାରପ୍ରାପ୍ତ ସିଡିଏମଓ କାହ୍ନୁଚରଣ ନାୟକ ସୂଚନା ଦେଇଛନ୍ତି I
ସୂଚନାନୁସାରେ, ଡେଙ୍ଗୁ ପରେ ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ ବଢୁଛି ଚିନ୍ତା I ସମ୍ବଲପୁର ଜିଲ୍ଲାରେ ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ସ୍କ୍ରବ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି I ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ସୁସ୍ଥ ରହିଛନ୍ତି I ଏନେଇ ସମ୍ବଲପୁରର ଭାରପ୍ରାପ୍ତ ସିଡିଏମଓ କାହ୍ନୁଚରଣ ନାୟକ ସୂଚନା ଦେଇଛନ୍ତି I ଆହୁରି ମଧ୍ୟ କହିଛନ୍ତି ଯେ, ସେହି ରୋଗୀ ଜଣକ ପ୍ରାୟ ୨୦ଦିନ ଆଇସିୟୁରେ ଚିକିତ୍ସିତ ହେଉଥିଲେ I ପୂର୍ବରୁ ମଧ୍ୟ ସେ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ I ଏହାର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିଲା I ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଚିଗର ନାମକ କୀଟ କାମୁଡିବା ଦ୍ୱାରା ଏହି ରୋଗ ବ୍ୟାପୁଛି I ଏହାର ଲକ୍ଷଣ ଜ୍ୱର ଲାଗି ରହିବା,ମୁଣ୍ଡ ବିନ୍ଧା ହୋଇଥାଏ I
Comments are closed.