ମା’ ନା ପିଶାଚୀ ,୨୦ ଦିନର ଅସୁସ୍ଥ ଝିଅକୁ ତଣ୍ଟିଚିପି କଲା ହତ୍ୟା

ମହାରାଷ୍ଟ୍ର : ମହାରାଷ୍ଟ୍ରର ଆକୋଲାରେ ଘଟିଛି ଏକ ମର୍ମସ୍ପର୍ଶୀ ଘଟଣା I ଜଣେ ମା’ ପିଶାଚୀ ସାଜି ନିଜ ୨୦ ଦିନର ଅସୁସ୍ଥ ଝିଅକୁ ତଣ୍ଟିଚିପି ହତ୍ୟା କରିଛି I ଜନ୍ମରୁ ପିଲାଟି ଅସୁସ୍ଥ ଥିବାରୁ,ଏଥିରେ ଅତିଷ୍ଠ ହୋଇ ମା’ ଜଣକ ଏଇଭଳି ଘୃଣ୍ୟ ଅପରାଧ ଘଟାଇଛି I

ସୂଚନାନୁସାରେ ମହାରାଷ୍ଟ୍ର ୱାଡ଼ି ଆଦମପୁର ଗାଁରେ ରହୁଥିବା ୨୬ ବର୍ଷୀୟ ମହିଳା ତା’ର ଜଣେ ସମ୍ପର୍କୀୟଙ୍କ ସହ ଅସୁସ୍ଥ ଝିଅର ଚିକିତ୍ସା ପାଇଁ ଗତ ମାସରେ ତେଲହାରା ଗ୍ରାମଣୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ସେଠାରେ ୨୦ ଦିନ ତଳେ ଜନ୍ମ ହୋଇଥିବା ଶିଶୁର ଅବସ୍ଥା ଗୁରୁତର ହେବାରୁ ତା’କୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିବାପରେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ବ୍ୟବଚ୍ଛେଦ କରିବା ପରେ ଶିଶୁଟିକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ରିପୋର୍ଟରେ ଜଣାପଡିଛି । ହତ୍ୟା ପଛର ଉଦ୍ଦେଶ୍ୟ ଅସ୍ଫଷ୍ଟ ରହିଥିବା ବେଳେ ମହିଳା ଜଣକ ଜନ୍ମିତ ଶିଶୁକୁ ତଣ୍ଚି ଚିପି ହତ୍ୟା କରିଥିବା ଘଟଣା ସମସ୍ତଙ୍କୁ ତାଜୁବ୍ କରିଛି ।

ହେଲେ ମା’ ଜଣ କାହିଁକି ଏପରି କାଣ୍ଡ ଭିଆଇଲା, ସେକଥା ସ୍ପଷ୍ଟ ଭାବେ ଜଣାପଡ଼ିନି। କିନ୍ତୁ ବାରମ୍ବାର ଅସୁସ୍ଥତା କାରଣରୁ ଝିଅକୁ ସେ ହତ୍ୟା କରିଥିବା କୁହାଯାଉଛି। ପୁଲିସ୍‌ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମା’କୁ ଆଇପିସିର ଧାରା ୩୦୨ ବଳରେ ଗିରଫ କରିଛି I ଏହି ଘଟଣାରେ ଗତ ମଙ୍ଗଳବାର ମହିଳାଙ୍କୁ ସ୍ଥାନୀୟ କୋର୍ଟକୁ ନିଆଯାଇଥିବା ବେଳେ ୨ ଦିନ ପାଇଁ ଜେଲରେ ରଖାଯାଇଛି ।

Launching Ceremony of “AYUSHMAN BHARAT

Comments are closed.