ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ଧରାପଡିଲା ରସିକିଆ ସ୍ୱାମୀ I ସ୍ୱାମୀ ଜଣକ ୫ ଜଣ ମହିଳାଙ୍କୁ ବିବାହ କରିଥିବାବେଳେ ଆଉ ୪୯ ଜଣ ଲାଇନରେ ରହିଥିଲେ I ଅଭିଯୁକ୍ତ ସ୍ୱାମୀ ଜଣକ ଯାଜପୁର ବିଞ୍ଝାରପୁରର ସତ୍ୟଜିତ ସାମଲ ବୋଲି ଜଣାପଡିଛି I ଏବେ ସେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ରହୁଥିଲେ I ସତ୍ୟଜିତ ବିଶେଷକରି ବିଧବା,ଏବଂ ଡିଭର୍ତ୍ସି ମହିଳାମାନଙ୍କୁ ଟାର୍ଗେଟ କରି ଅନଲାଇନ ଚାଟିଂ କରି ଫସାଉ ଥିଲା ସତ୍ୟଜିତ I ଝିଅ ମାନଙ୍କୁ ମିଛ ପ୍ରତିଶୃତି ଦେଇ ବିବାହ କରୁଥିଲା I ଏହାପରେ ସ୍ତ୍ରୀ ମାନଙ୍କ ନିକଟରୁ ୪ ରୁ ୫ ଲକ୍ଷ ଟଙ୍କା ଲେଖାଏଁ ଝଡାଉଥିଲା ଏପରିକି ମହିଳା ମାନଙ୍କ ନାଁରେ ଭିନ୍ନ ଭିନ୍ନ ବ୍ୟାଙ୍କରେ ଲୋନ କରି ସେହି ଟଙ୍କାରେ ଅୟସ କରୁଥିଲା I ତେବେ ଧରାପଡ଼ିବା ପୂର୍ବରୁ ବିଦେଶ ଖସିଯାଉଥିଲା ସତ୍ୟଜିତ I
ଘଟଣା ଜଣାପଡିବା ପରେ ସତ୍ୟଜିତ ନାଁରେ କ୍ୟାପିଟାଲ ଥାନାରେ ବିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା I ଚତୁର ସତ୍ୟଜିତକୁ ଧରିବା ପାଇଁ କ୍ୟାପିଟାଲ ପୋଲିସ ପକ୍ଷରୁ ଜଣେ ମହିଳା ପୋଲିସଙ୍କ ସହାୟତା ନିଆଯାଇଥିଲା I ମହିଳା ପୋଲିସଙ୍କ ସହ ଚାଟିଂ କରି ନିଜ ପ୍ରେମ ଜାଲରେ ଫସାଇଥିଲା ସତ୍ୟଜିତ I ଏହାପରେ ଏହି ମହିଳା ପୋଲିସଙ୍କ ସହ ଡେଟିଂ ପାଇଁ ଦୁବାଇରୁ ଭୁବନେଶ୍ୱର ପହଞ୍ଚିବା ପରେ ପୋଲିସ ହାତରେ ଧରାପଡ଼ିଛନ୍ତି ରସିକିଆ ସ୍ୱାମୀ I କାରରେ ଲଙ୍ଗ ଡ୍ରାଇଭରେ ଯାଉଥିବା ବେଳେ ମାଡି ବସିଲା ପୋଲିସ । ସତ୍ୟଜିତକୁ ଗିରଫ କରିବା ପରେ ତା’ନିକଟରୁ ନଗଦ ୨ଲକ୍ଷ ୧୦ ହଜାର ଟଙ୍କା ଏବଂ ୩ ଟି କାର ଜବତ କରାଯାଇଛି I ଏନେଇ ଏକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା I
Comments are closed.