ଲେଡି ଡନ୍‌ ରଞ୍ଜୁର ଘର ଉପରେ ଚାଲିଲା ବୁଲଡୋଜର

ଭୁବନେଶ୍ୱର, ୧୭/୯ :ଭୁବନେଶ୍ୱର ୟୁନିଟ-୮ନାରାୟଣବସ୍ତିରେ ଥିବା ଲେଡି ଡନ୍‌ ରଞ୍ଜୁର ଘର ଭାଙ୍ଗିଛି ପୋଲିସ । ଡ୍ରଗ୍ସ ମାଫିଆ ରଞ୍ଜୁର ଘରେ ଚାଲିଲା ବୁଲ୍‌ଡୋଜର । ରଞ୍ଜୁ ଥିଲା ଚନ୍ଦୁ ହତ୍ୟାକାଣ୍ଡ ର ମୁଖ୍ୟ ଆରୋପି I

ଖବର ଅନୁଯାୟୀ, ଗତ ୯ ତାରିଖ ରାତିରେ ସୁବ୍ରତ ରାଓ ଓରଫ ଚନ୍ଦୁ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିଲା ରଞ୍ଜୁ । ସେ ଓ ତା’ର ସହଯୋଗୀ କାହ୍ନI ମିଶି ଚନ୍ଦୁକୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି ବୋଲି ଚନ୍ଦୁ ଙ୍କ ଭଉଣୀ କହିଥିଲେ । ଏହାପରେ ପୁଲିସ୍‌ ତନାଘନା କରି ଗଞ୍ଜାମରୁ ରଞ୍ଜୁଙ୍କ ସମେତ ତାଙ୍କ ସହଯୋଗୀ କାହ୍ନାଙ୍କୁ ଗିରଫ କରିଥିଲା। ପରେ ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ରଞ୍ଜୁ ଓ କାହ୍ନIକୁ ଗିରଫ କରିଥିଲେ । ଗିରଫ ସମୟରେ ରଞ୍ଜୁ ନିକଟରୁ ବିପୁଳ ପରିମାଣର ବ୍ରାଉନ୍‌ସୁଗାର ସହ ନଗଦ ଟଙ୍କା ଜବତ ହୋଇଥିଲା । ଆଉ ଏବେ କମିଶନରେଟ୍‌ ପୋଲିସ ଲେଡ୍‌ ଡନ୍‌ର ଘରେ ଚଳାଇଛି ବୁଲ୍‌ଡୋଜର । ରଞ୍ଜୁ ଜଣେ ପେସାଦାର ଲେଡି ନିଶା ମାଫିଆ ହୋଇଥିବା ବେଳେ ପୂର୍ବରୁ ସେ ୨ ଥର ଜେଲ୍‌ ଯାଇ ଆସିଥିଲେ। I ସେହିଭଳି ଚନ୍ଦୁ ମଧ୍ୟ ଜଣେ ପୋଖତ ନିଶା ବ୍ୟବହାରକାରୀ ଥିଲେ I କିନ୍ତୁ ନିକଟରେ ସେ ନିଶା ନିବାରଣ କେନ୍ଦ୍ର ଯାଇ ସୁସ୍ଥ ହୋଇ ଗଣେଶ ପୂଜା ଦିନ ଘରକୁ ଫେରିଥିଲେ I ରଞ୍ଜୁ ସରକାରୀ ଜାଗା ମାଡ଼ି ବସି ବେଆଇନ ଭାବେ ଏହି ଘର କରିଥିବା ବେଳେ ଏଠାରୁ ନିଶା କାରବାର ଚଳାଉଥିବା ଅଭିଯୋଗ ହେଉଥିଲା। ତେଣୁ ପୁଲିସ୍‌ ଆଜି ଉକ୍ତ ଘରଟିକୁ ଧରାଶାୟୀ କରିଦେଇଛି।

 

Govt

Comments are closed.