ମାଲକାନଗିରି : ଲାଲ ସଂଗଠନକୁ ଝଟ୍କା। ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓ ସଂଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା ଓରଫ ସୋମ୍ମାନା ଏବଂ ଷ୍ଟେଟ କମିଟି ସଦସ୍ୟ ବାଣ୍ଡି ପ୍ରକାଶ ଓରଫ ପ୍ରଭାତ । ତାଙ୍କ ନାମରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରଷ୍କାର ରାଶି ରହିଛି । ୪ଟି ରାଜ୍ୟରେ ଏମାନେ ମୋଷ୍ଟ ୱାଣ୍ଟେଡ ରହିଥିଲେ ।
ସିସି ମେମ୍ବର ପୁଲୁରି ପ୍ରସାଦ ରାଓର ଘର ତେଲେଙ୍ଗାନାରେ ହୋଇଥିବା ବେଳେ ସେ ୪୫ ବର୍ଷ ଧରି ମାଓ ସଂଗଠନ ସହିତ ଜଡିତ ଥିଲେ। ସେହିପରି ବାଣ୍ଡି ପ୍ରକାଶ ଚାରି ଦଶନ୍ଧି ଧରି ମାଓ ସଂଗଠନ ସହ ଜଡିତ ଥିଲେ। ଦୁଇ ଜଣଙ୍କ ନାଁରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ରହିଛି। ଚାରୋଟି ରାଜ୍ୟରେ ଏମାନେ ମୋଷ୍ଟ ଓ୍ୱାଣ୍ଟେଡ୍ ରହିଥିଲେ। ଏହି ଦୁଇ ନେତାଙ୍କର ଆତ୍ମସମର୍ପଣ ସଂଗଠନକୁ ଦୋହଲାଇ ଦେଇଛି। ଧିରେ ଧିରେ ସମସ୍ତ ସେଣ୍ଟ୍ରାଲ କମିଟି ସଦସ୍ୟ ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ ସଂଗଠନର ଅନ୍ୟ କର୍ମୀମାନେ ମଧ୍ୟ ମନବଳ ଭାଙ୍ଗୁଛି ବୋଲି ପୋଲିସ କହିଛି। ଆଗାମୀ ଦିନରେ ଆହୁରି ଅନେକ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ପୋଲିସ ଆଶା କରୁଛି ।
