ବାତ୍ୟା ‘ମନ୍ଥା’ ପାଇଁ ସଜାଗ ରହିବାକୁ ନବୀନଙ୍କ ପରାମର୍ଶ

0

ଭୁବନେଶ୍ୱର : ବାତ୍ୟା ‘ମୋନ୍ଥା’କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପରାମର୍ଶ । ବାତ୍ୟା ସମୟରେ ଭୟଭୀତ ନହୋଇ ସଜାଗ ରହିବାକୁ ଲୋକଙ୍କୁ କହିଛନ୍ତି । ସେ କହିଛନ୍ତି ଆମେ ଅନେକ ବାତ୍ୟାର ମୁକାବିଲା କରିଛୁ, ଏଥର ମଧ୍ୟ କରିବା । ପ୍ରଶାସନକୁ ସହଯୋଗ କରିବାକୁ ଲୋକଙ୍କୁ ଅପିଲ୍ କଲେ ନବୀନ । ଲୋକଙ୍କ ସହ ବିଜେଡି କର୍ମୀ ରୁହନ୍ତୁ ବୋଲି ନବୀନ କହିଛନ୍ତି । ଏନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।

ଆମର ବିଜେଡି କର୍ମୀ ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ । ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ ବିପର୍ଯୟରର ମୁକାବିଲା କରି ଆସୁଛେ । ଏଥର ମଧ୍ୟ ଏକାଠି ହୋଇ ବାତ୍ୟାର ମୁକାବିଲା କରିବା

Launching Ceremony of “AYUSHMAN BHARAT
Leave A Reply

Your email address will not be published.