ପଣ୍ୟବାହୀ ଜାହାଜ ଗିରଫ

0

ପାରାଦୀପ : ପଣ୍ୟବାହୀ ଜାହାଜ ଏମଭି ମ୍ୟାଗନେଟ ଗିରଫ । ହାଇକୋର୍ଟଙ୍କ ନିର୍ଦେଶ ପରେ ଗିରଫ କଲେ ସ୍ୱତନ୍ତ୍ର ଟିମ । ରୁଷିଆରୁ କୋକିଂ କୋଲ ନେଇ ଆସୁଥିଲା ଏମଭି ମ୍ୟାଗନେଟ ଜାହାଜ । ଏକ ସାମୁଦ୍ରିକ ବିବାଦ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ଭି.ନରସିଂହଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ସିଲକ ରୋଡ଼ ସିପିଂ ଆଣ୍ଡ ଚାଟରିଂ ଲିମିଟେଡ଼ ପକ୍ଷରୁ ଏମଭି ମାଗନେଟ ଟିମ ବରୋଧରେ ହାଇକୋର୍ଟରେ ଏହି ମାମଲା ହୋଇଛି। ଏମଭି ମାଗନେଟ ଟିମକୁ ହାଇକୋର୍ଟ ଜବାବ ଦାଖଲ କରିବାକୁ ନୋଟିସ ଜାରି ହୋଇଛି । ଡିସେମ୍ବର ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଜାହାଜ ଉପରେ ୨କୋଟି ୧୧ଲକ୍ଷ ୮୨ ହଜାର ୬୫୬ ଟଙ୍କା ବକେୟା ରହିଛି । ଏହି ଟଙ୍କା ନଦେବାରୁ ସିଲକ୍ ରୋଡ୍ ସିପିଂ ଆଣ୍ଡ ଚାର୍ଟରିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା । ମାମଲାର ତ୍ୱରିତ ବିଚାର କରି ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜାହାଜର ମାଲିକଙ୍କୁ ମଧ୍ୟ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀ ସଂସ୍ଥା ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇ ଜାହାଜ ଉପରେ ୨ କୋଟିଟଙ୍କା ବକେୟା ଥିବା ଦର୍ଶାଯାଇଥିଲା । ଯଦି ଜାହାଜକୁ ତୁରନ୍ତ ଗିରଫ କରାନଯାଏ ତାହେଲେ ଜାହାଜ ଆଜି ପାରାଦୀପ ବନ୍ଦର ଛାଡ଼ିଦେବାର ସମ୍ଭାବନା ରହିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.