ଗୋପାଳପୁର ଠାରୁ ୫୨୦ କିମି.ଦୂରରେ ବାତ୍ୟା ମନ୍ଥା

0

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ସକାଳେ ସାମୁଦ୍ରିକ ଝଡ଼ ‘ମନ୍ଥା’ରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଗତ ୬ଘଣ୍ଟା ଧରି ସମୁଦ୍ରରେ ଏହା ଘଣ୍ଟା ପ୍ରତି ୧୭କି.ମି. ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଛି। ମଙ୍ଗଳବାର ସକାଳ ସୁଦ୍ଧା ‘ମନ୍ଥା’ ସମୁଦ୍ରରୁ ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୨୮ତାରିଖ ସନ୍ଧ୍ୟା କିମ୍ବା ରାତି(ପ୍ରାୟତଃ ଅପରାହ୍ଣ ସାଢ଼େ ୪ଟାରୁ ରାତି ୧୧ଟା) ମଧ୍ୟରେ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ କାକିନାଡ଼ା ନିକଟବର୍ତ୍ତୀ କୌଣସି ଜାଗାରେ ‘ମନ୍ଥା’ ଉପକୂଳ ଅତିକ୍ରମ କରିବ। ବର୍ତ୍ତମାନ ଏହା ଗୋପାଳପୁର ଠାରୁ ୫୫୦କିମି ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ଏହା ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା କିମ୍ବା ରାତିରେ ମଛଲିପାଟନମ୍‌ ଓ କଳିଙ୍ଗପାଟନମ୍‌ ମଧ୍ୟରେ ଥିବା କାକିନାଡାରେ ଅତିକ୍ରମ କରିବ ।

ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦କି.ମି ରହିବା ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲାରେ ରେଡ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଲୋକମାନେ ଘରୁ ନବାହାରିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଟୁଇନ ସିଟିରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ଭୂସ୍ଖଳନ ହେବାକୁ ଆଶଙ୍କା କରାଯାଇଥିବାରୁ ସରକାରଙ୍କୁ ଏଥିପାଇଁ ଅବଗତ କରାଯାଇଛି । ସରକାର ଏଥିପାଇଁ ସତର୍କ ଓ ପ୍ରସ୍ତୁତି କରିଛନ୍ତି । ‘ମନ୍ଥା’ ସମୁଦ୍ର ଭିତରେ ଥିଲେ ବି ପୁଡୁଚେରୀ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ପ୍ରଭାବ ପକାଇଲାଣି। ଭୁବନେଶ୍ବର, କଟକ, ପାରାଦ୍ବୀପ, ଗୋପାଳପୁର, କୋରାପୁଟ, ଗଜପତି, ମାଲକାନଗିରି, ରାୟଗଡ଼ା ଆଦି ଜିଲା ଗୁଡ଼ିକରେ ତୁହାକୁ ତୁହା ପବନ ସାଙ୍ଗକୁ ବର୍ଷାର ପ୍ରକୋପ କିଛିମାତ୍ରାରେ ଆରମ୍ଭ ହୋଇଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.