ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଭାବେ ଗୋଦାବରୀଶ ମିଶ୍ରଙ୍କର ରହିଛି ଅନନ୍ୟ ପରିଚୟ । ସେ ଥିଲେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ । ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରି ସେ ପାଇଥିରେ ସ୍ୱତନ୍ତ୍ର ପରିଚୟ । ଏହାସହ ଜଣେ ରାଜନେତା ଭାବେ ମଧ୍ୟ ସେ ବେଶ ପରିଚିତ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରିମଣ୍ଡଳରେ ସେ ଅର୍ଥ ଓ ଶିକ୍ଷାମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଗୋଦାବରୀଶ ମିଶ୍ର ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ବାଣପୁରର ଶ୍ରୀନିବାସପୁର ଶାସନରେ ୨୬ ଅକେଫାବର ୧୮୮୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ସାହିତ୍ୟରେ ସେ ଗାଥା କବିତା ଲେଖି ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲେ । ତାଙ୍କ ରଚିତ “କାଳିଜାଈ’ କବିତା ଏକ ଅଦ୍ୱିତୀୟ ସୃଷ୍ଟି । ସେ ଘଟାନ୍ତର, ଅଭାଗିନୀ, ଅଠର ଶହ ସତର ଓ ନିବାସିତ ଆଦି ଉପନ୍ୟାସର ସ୍ରଷ୍ଟା । ୧୯୬୧ ମସିହାରେ ତାଙ୍କୁ ଆତ୍ମଜୀବନୀ “ଅର୍ଦ୍ଧଶତାବ୍ଦୀରେ ଓଡ଼ିଶା ତହିଁରେ ମୋ ସ୍ଥାନ’ ପାଇଁ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କର ୧୯୫୬ ମସିହା ୨୬ ଜୁଲାଇରେ ମୃତ୍ୟୁ ହୋଇଥିଲା । ତାଙ୍କ ଅବର୍ତ୍ତମାନରେ ଓଡ଼ିଶା ସାହିତ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା ।
