ନୂଆଦିଲ୍ଲୀ: ମହାରାଷ୍ଟ୍ରର ସତାରା ଜିଲ୍ଲାର ଏକ ସରକାରୀ ହସ୍ପିଟାଲର ଜଣେ ମହିଳା ଡାକ୍ତର ଗତକାଲି ଆତ୍ମହତ୍ୟା କରିଦେଇଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ଡାକ୍ତର ଜଣଙ୍କ ତାଙ୍କ ହାତରେ ଏକ ସୁଇସାଇଡ ନୋଟ୍ ଲେଖିଯାଇଥିଲେ। ଏହି ନୋଟ୍ରେ ସେ ୨ ଜଣ ପୁଲିସ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଜଣେ ଏସଆଇ ତାଙ୍କୁ ୫ ମାସରେ ୪ ଥର ଦୁଷ୍କର୍ମ କରିଥିବା ଏବଂ ଅନ୍ୟ ଜଣେ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ସେ ଲେଖିଥିଲେ। ତେବେ ଜଣାପଡ଼ିଛି ଯେ ପୀଡ଼ିତା ମହିଳା ଡାକ୍ତର ଭୁଲ୍ ମେଡିକାଲ ରିପୋର୍ଟ ପ୍ରସ୍ତୁତ କରିବାପାଇଁ ପୁଲିସ ଏବଂ ଜଣେ ସାଂସଦଙ୍କ ଦ୍ବାରା ଚାପର ଶିକାର ହୋଇଥିଲେ। ଡାକ୍ତରଙ୍କର ଜଣେ ସମ୍ପର୍କୀୟ କହିଛନ୍ତି, ପୀଡ଼ିତା ଡାକ୍ତର ଅନେକ ସମୟରେ ଅସ୍ବାଭାବିକ ମୃତ୍ୟୁ ମାମଲାରେ ବ୍ୟବଚ୍ଛେଦ ରିପୋର୍ଟ ବଦଳାଇବାପାଇଁ ପୁଲିସ ଚାପର ଶିକାର ହୋଇଥାନ୍ତି। ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ ସତରା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ତାକୁ ରାତିରେ ହସ୍ପିଟାଲ୍ ନେଇଛି।
