ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ୫୦୦ ଦିନ ପୂରିବାକୁ ଯାଉଛି । ଏନେଇ ସନ୍ଧ୍ୟାରେ ୫ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ ଗୁରୁତ୍ତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ବିଭିନ୍ନ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହନ ଲାଗିବାର ସୂଚନା ରହିଛି।
୨୦୨୪ ଜୁନ ୧୨ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟ ଶପଥ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବା ସମ୍ଭାବନା ରହିଛି। ଆଗକୁ ନୂଆପଡା ଉପନିର୍ବାଚନ ଥିବାରୁ କିଛି ମନ୍ତ୍ରୀ ଆଭାସି ଜରିଆରେ ନୂଆପଡ଼ାରୁ ଯୋଡ଼ିହେବେ। ବୈଠକରେ ବିଭିନ୍ନ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ସଚିବମାନେ ଉପସ୍ଥିତ ରହିବେ ।
