ମନ୍ଦିର ସାମନାରେ ଖରାପ ବ୍ୟବହାର

0

ବିଗ୍‌ ବସ ଫେମ୍‌ ଏଡିନ୍‌ ରୋଜଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ କିଛି ସଙ୍ଗୀନ ଅଭିଯୋଗ କରୁଥିବାର ଦେଖିବାକୁ ମିଳିଛି । ଦିଲ୍ଲୀର ଏକ ମନ୍ଦିର ସାମନାରେ ତାଙ୍କ ସହିତ ଦୁର୍ବବ୍ୟହାର ହୋଇଥିବା ସେ ଭିଡିଓରେ ପ୍ରକାଶ କରିଛନ୍ତି । ହେଲେ ସେ କହିଛନ୍ତି ସବୁବେଳେ ଯେତେବେଳେ ବି ଝିଅଙ୍କ ସହ ଖରାପ ବ୍ୟବହାର ହୁଏ ସେତେବେଳେ ସେମାନେ କଣ ପିନ୍ଧିଛନ୍ତି ତାକୁ ନେଇ ଆଲୋଚନା ଆରମ୍ଭ ହୁଏ । ହେଲେ ତାଙ୍କ ସହିତ ଯେତେବେଳେ ଏହି ଘଟଣା ଘଟିଲା ସେ ପୁରା ପୋଷାକ ପିନ୍ଧିଥିଲେ ଏବଂ ଏକ ମନ୍ଦିର ସାମନାରେ ଠିଆ ହୋଇଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ଗୀତ ବୋଲିବୋଲି ଦୁଇରୁ ତିନିଥର ତାଙ୍କ ଦେହରେ ମାଡ ହେଲା । ଏସବୁର ଭିଡିଓ ଏଡିନ ପାଖରେ ରହିଛି । ସେ ନିଜର ରାଗକୁ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ଏଡିନଙ୍କର ଏହି ଅଭିଯୋଗ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ସମସ୍ତେ ତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ସେହିଭଳି ଲୋକମାନେ ଝିଅଙ୍କ ପୋଷାକ ଉପରକୁ ଆଙ୍ଗୁଳି ଉଠାଇବାକୁ ଲୋକମାନେ ମନା କରୁଥିବା ଦେଖିବାକୁ ମିଳୁଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.