ବ୍ରେଡ୍‌ ସାହି ଟୁକୁଡା

0

ସାମଗ୍ରୀ – ୫ଟି ବ୍ରେଡ୍‌ ସ୍ଲାଇସ୍‌, ଅଧା ଲିଟର ପାଣି, ଗୁଜୁରାତି ଗୁଣ୍ଡ ଅଳ୍ପ ପରିମାଣ, ୩କପ୍‌ କ୍ଷୀର, ଏକ ମୁଠା କାଜୁ, ଏକ ମୁଠା ବାଦାମ, ଏକ ମୁଠା ପିସ୍ତା, ଅଧା କପ୍‌ ଘିଅ, ଅଧା କପ ଚିନି, ଅଳ୍ପ ପରିମାଣ କେଶର ।
ପ୍ରଣାଳୀ – ଶାହୀ ଟୁକୁଡା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସିରା ପ୍ରସ୍ତୁତ କରନ୍ତୁ । ସିରା ପାଇଁ ପ୍ୟାନ୍‌ରେ ଚିନି ସହିତ ପାଣି ଗରମ କରନ୍ତୁ । ଚିନି ତରଳିବା ପରେ ଏଥିରେ କେଶର ପକାନ୍ତୁ । ଚିନି ଅଠା ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଯେତେବେଳେ ସିରା ଗାଢ ହୋଇଯିବ ସେହି ସମୟରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏହାପରେ ପ୍ରସ୍ତୁତ ରାବିଡି ପ୍ରସ୍ତୁତ କରନ୍ତୁ । ଅନ୍ୟଏକ ପ୍ୟାନ୍‌ରେ କ୍ଷୀର ବସାନ୍ତୁ, ଏବଂ ଲଗାତାର ଗୋଳାନ୍ତୁ । କ୍ଷୀରର ପରିମାଣ ଅଧାରୁ କମ ହେଲା ପର୍ଯ୍ୟନ୍ତ ଫୁଟାନ୍ତୁ । ଯେତେବେଳେ କ୍ଷୀର ଗାଢ ହୋଇ ଆସିବ ସେତେବେଳେ ଏଥିରେ ଗୁଜୁରାତି ଗୁଣ୍ଡ ମିଶାନ୍ତୁ । ଏହାପରେ ପ୍ୟାନ ବନ୍ଦ କରିନିଅନ୍ତୁ । ବର୍ତ୍ତମାନ ରାବିଡି ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ବ୍ରେଡ୍‌ ସ୍ଲାଇସ୍‌ର କଡ କାଟି ତ୍ରିକୋଣ କରି କାଟିନିଅନ୍ତୁ । ଏହାପରେ ପ୍ୟାନ୍‌ରେ ଘିଅ ଗରମ କରନ୍ତୁ ଏଥିରେ ବ୍ରେଡ୍‌କୁ ଦୁଇ ପାଖରୁ କ୍ରି« ଏବଂ ଗୋଲେïନ୍‌ ବ୍ରାଉନ୍‌ ହେବା ଯାଏଁ ଭାଜନ୍ତୁ । ଏହାକୁ ଛାଣିବା ପରେ ଗୋଟିଏ ମିନିଟ୍‌ ପାଇଁ ସିରାରେ ପକାନ୍ତୁ । ବ୍ରେଡ୍‌କୁ ଏକ ପ୍ଲେଟ୍‌ରେ ରଖନ୍ତୁ ଏହା ଉପରେ ରାବିଡା ଓ ଡ୍ରାଏଫ୍ରୁଟ୍‌ସ ପକାଇ ସଜାନ୍ତୁ । ପ୍ରସ୍ତୁତ ହୋଇଗଲା ବ୍ରେଡ୍‌ ଶାହି ଟୁକୁଡା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.