ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ନିଜ ବିବାହିତ ଜୀବନରେ ବ୍ୟସ୍ତ ଅଛନ୍ତି । ହେଲେ ଏହାରି ଭିତରେ ବି ସୋସିଆଲ ମିଡିଆରେ ନିଜ କ୍ରେଜ ବନାଇ ରଖିଛନ୍ତି ତାପସୀ । ନିକଟରେ ଭିଣ୍ଟେଜ ହାଉସ ପାଇଁ ଖୁବ ଚର୍ଚ୍ଚାକୁ ଆସିଛନ୍ତି ତାପସୀ । ନିକଟରେ ଏକ ସାକ୍ଷାତକାରରେ ନିଜ ଭିଣ୍ଟେଜ ହାଉସ ସମ୍ପର୍କରେ ମନଖୋଲି କଥା ହୋଇଛନ୍ତି ଅଭିନେତ୍ରୀ । ତାପସୀଙ୍କର ଏହି ଭିଣ୍ଟେଜ ଘରଟି ଡେନ୍ମାର୍କରେ ଥିବାବେଳେ ଏହାକୁ ୧୯୦୭ରେ ନିର୍ମାଣ କରାଯାଇଥିଲା । ଏହି ଘରଟିର ଅନେକ ଇତିହାସ ରହିଛି ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ ବୋଲି ତାପସୀ ମତ ଦେଇଛନ୍ତି । ଏଭଳି ଏକ ଘର କିଣିଥିବାରୁ ସେ ଖୁବ ଖୁସି ଅଛନ୍ତି, ଏହି ଘର ତାଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରିଛି ବୋଲି ଅଭିନେତ୍ରୀ ମତ ଦେଇଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନେ ମଧ୍ୟ ଏହି ଘରକୁ ଖୁବ ପସନ୍ଦ କରୁଛନ୍ତି । ଅଭିନେତ୍ରୀଙ୍କର ଭିଣ୍ଟେଜ ଜିନିଷ ପାଇଁ ଥିବା ଆଗ୍ରହକୁ ସମସ୍ତେ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।
